କଳାହାଣ୍ଡି ,୧୨/୦୧/୨୧ (ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲାର ଭବାନିପାଟଣା କୁଟୁରୁଖମାର ସେକ୍ଟର ଆଇ ସି ଡିଏସ ସୁପରଭାଇଜର ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରକାଶ ଯେ ଭବାନିପାଟଣା ବ୍ଲକ କୁରୁମାଚୁଆଁ ର ଅଙ୍ଗନବାଡି କର୍ମି ସୀମନ୍ତିନୀ ନାଏକ ଙ୍କ ଠାରୁ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଅଣ୍ଡା ଓ ପନିପରିବା ର ବିଲ କରିଦେଇ ଦଶ ହଜାର ଟଙ୍କା ଦାବି କରି ଥିଲେ । ଏନେଇ କୋରାପୁଟ ଜୟପୁର ଭିଜିଲାନ୍ସ ର ନୁଆପଡା ଡିଭିଜନ ଭିଜିଲାନ୍ସ ବିଭାଗ ରେ ଅଭିଯୋଗ କରି ଥିଲେ । ଆଜି ତାଙ୍କ ଭଡାଘରୁ ଦଶ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ନୁଆପଡା ଭିଜିଲାନ୍ସ ଡିଭିଜନ ଦିନବନ୍ଧୁ ବେହେରା ଙ୍କ ସମେତ ଭିଜିଲାନ୍ସ ଟିମ୍ର ଚଢାଉ ଜାରି ରହିଛି । ଏହି ଚଢାଉ ରେ ବର୍ତ୍ତମାନ ସୁଦ୍ଧା ସୁପରଭାଇଜର ରାଧାରାଣି ଦେଇଙ୍କ ଘରୁ ନଗଦ ଟଙ୍କା ସହ ସୁନା ଅଳଙ୍କାର ଓ ବିଭିନ୍ନ କାଗଜପତ୍ର ବାହାରିଛି ଓ ଚଢାଉ ଜାରି ରହିଛି । ଓଡିଶା ସମାଚାର