ମାହାଙ୍ଗା,୧୨/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟଶଙ୍କର ବରାଳ ଙ୍କ ଶ୍ରଦ୍ଧାଞ୍ଜଳି ସଭା ମାହାଙ୍ଗା ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ କୁଳମଣି ବରାଳ ଙ୍କ ବାସଭବନ କୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସ୍ୱର୍ଗତ ବରାଳ ଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ରେ ଯୋଗଦେଇଥିଲେ । ଏଥିରେ ରାଜ୍ୟ ବିଜେପି ର ବରିଷ୍ଠ ନେତା ପ୍ରକାଶ ମିଶ୍ର, ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂଘାର ,ଦିଲ୍ଲୀପ ମାଲିକ,ପ୍ରକାଶ ବେହେରା,ସାରଦା ପ୍ରଧାନ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଓଡିଶା ସମାଚାର