Wednesday , March 29 2023
Home / ବିଶେଷ / ମାନବବାଦୀ ଯୁଗପୁରୁଷ ସ୍ୱାମୀଜୀଙ୍କ କର୍ମଧାରା ଆମ ଆଦର୍ଶ : ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ

ମାନବବାଦୀ ଯୁଗପୁରୁଷ ସ୍ୱାମୀଜୀଙ୍କ କର୍ମଧାରା ଆମ ଆଦର୍ଶ : ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ

କଟକ , ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ କଟକ ସଦର ବ୍ଲକ ବୟାଳିଶମୌଜ଼ା ଉପକଣ୍ଠ ବହଳପଡା ଓ ଝାରକଟା ଗ୍ରାମରେ ମହାନ ଦେଶଭକ୍ତ ଆଧ୍ୟାତ୍ମିକ ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ କରୋନା କଟକଣା ପାଳନ ପୂର୍ଵକ ନିରାଡ଼ମ୍ବରଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସାମ୍ବାଦିକ ଅନିଲ ଦାସ,ବହଳପଡା ଗ୍ରାମ ମୁରବୀ ହାଡିବନ୍ଧୁ ଲେଙ୍କା, ବିରଜାଭୁସଣ ପତି, ଶିକ୍ଷାବିତ ଅକ୍ଷୟ ବାରିକ, ଚିତ୍ରଶିଳ୍ପୀ ସୁକଦେବ ମହାରଣା ସମ୍ମାନିତ ଅତିଥିଭାବେ ଯୋଗଦେଇଥିବାବେଳେ କୃଷକ ନେତା ଦେବୀ ପ୍ରସାଦ ପତି, ଅଭିରାମ ଦଳାଇ, ବିଜୟ ସ୍ୱାଇଁ, ଆରତ ଭଂଜନ ସାହୁ, ଯୁବନେତା ଅଶ୍ୱିନୀ ଦାଶ,ଶରତ ଦାଶ,ଅମିତ ବାରିକ,ଭାରତୀୟ କିଶାନ ସଂଘ ରାଜ୍ୟ ସଂଯୋଜକ ଅସୀମ ଦାସ,ଆଶିଷ ଦାଶ,ବାବୁ,ବଳିଆ ପ୍ରମୁଖ କାର୍ୟ୍ୟକର୍ତା ଉପସ୍ଥିତରହି ସ୍ଵାମୀଜୀଙ୍କ ମହାନତାର ସ୍ମୃତିଚାରଣ କରିବାସହ ପରିଷଦ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ! ବର୍ତ୍ତମାନର ଯୁବପିଢ଼ି ମାନବବାଦୀ ଯୁଗପୁରୁଷ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶସେଵାକୁ ବ୍ରତଭାବେ ଗ୍ରହଣ କରିବାକୁ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସାର୍ବଜନିନ ସ୍ଥରରେ ନିବେଦନ କରିବାସହ ପରିଷଦର ବିଭିନ୍ନ ଶାଖା ମାନଙ୍କରେ ଏହି ଜାତୀୟ ଯୁବଦିବସ ପାଳନ କରାଯାଇ ଥିବାରୁ କାର୍ୟ୍ୟକର୍ତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.