Saturday , April 1 2023
Breaking News
Home / ବିଶେଷ / ବାଡ଼ିପଛପଟୁ ନଳକୂପ ତାଡ଼ିନେବା ନେଇ ଥାନାରେ ଅଭିଯୋଗ

ବାଡ଼ିପଛପଟୁ ନଳକୂପ ତାଡ଼ିନେବା ନେଇ ଥାନାରେ ଅଭିଯୋଗ

ନିଆଁପାଣି ବାସନ୍ଦ ନେଇ ମଧ୍ୟ ଅଭିଯୋଗ କଲେ ପରିବାର ଲୋକେ

ମହାକାଳପଡ଼ା ,୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ମହାକାଳପଡ଼ା ବ୍ଳକ ଜମ୍ବୁ ସାମୁଦ୍ରିକ ଥାନା ଅଂଚଳରେ ଏକ ଗୁରୁତର ଅଭିଯୋଗ ଆସିଛି । ଯାହାକୁ ନେଇ ଜମ୍ବୁସାମୁଦ୍ରିକ ଥାନା ତରଫରୁ ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ ଆରମ୍ଭ ହୋଇଛି । ଘଟଣାରୁ ପ୍ରକାଶ ବତୀଘର ପଂଚାୟତ ବରକୋଳିଖଳା ଗ୍ରାମର ସୁବାଷ ମାଝି ଗତକାଲି ଜମ୍ବୁ ସାମଦ୍ରିକ ଥାନାରେ ଅଭିଯୋଗ କରିଛନ୍ତିକି ତାଙ୍କ ବାଡ଼ିପଛପଟରେ ଥିବା ନଳକୂପକୁ ଦୁଇଜଣ ଲୋକ ତାଡ଼ି ଭାଙ୍ଗି ନେଇଯାଇଛନ୍ତି । ଯାହାକି ଏବେ ପରିବାର ଲୋକେ ପାଣି କିଭଳି ପାଇବେ ଯାହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପରିବାରର ମୁଖ୍ୟ ସୁବାଷ ମାଝିଙ୍କ ଅଭିଯୋଗ ଏବେ ସେ ପାନୀୟଜଳ ପାଇବେ କିପରି ? ଖାଲି ସେତିକିନୁହେଁ ସୁବାଷଙ୍କ ଅଭିଯୋଗ ଆହୁରିଥିଲା କିଛିମାସ ହେଲାଣି ଗ୍ରାମ ତରଫରୁ ତାଙ୍କୁ ନିଆଁପାଣି ବାସନ୍ଦ କରାଯାଇଛି  । ଗାଁ ନଳକୂପକୁ ମଧ୍ୟ ବ୍ୟବହାର କରିବା ଉପରେ ତାଙ୍କ ପରିବାରକୁ ବାରଣ କରାଯାଇଛି ବୋଲି ସୁବାଷ ଅଭିଯୋଗ କରିଛନ୍ତି । ପ୍ରଥମତ ଗାଁ ନଳକୂପରୁ ପାଣିଆଣିବା ବନ୍ଦ କରିବା, ଅପରପକ୍ଷେ ବାଡ଼ିପଛପଟରୁ ନଳକୂପକୁ ତାଡ଼ିନେଇଯିବା ପରେ ଏବେ ହରଡ଼ଘଣାରେ ପଡ଼ିଛନ୍ତି ସୁବାଷ ମାଝିଙ୍କ ପରିବାର । ଏଠାରେ ସୂଚନାଯୋଗ୍ୟ ଏହିକିଯେ, କିଛିଦିନ ହେଲାଣି ଗାଁର ଗ୍ରାମଦେବତୀଙ୍କର ଜମିଜମା ମାଲିକାନାକୁ ନେଇ ଗ୍ରାମର କିଛି ଲୋକ ଓ ସୁବାଷ ମାଝିଙ୍କ ଭିତରେ ବିବାଦ ଲାଗି ରହିଛି । ମାମଲା ମଧ୍ୟ ଥାନାକୁ ଯାଇଥିଲା । ପୂର୍ବ ମାମଲାର ବିଚାରଧିନ ଥିବା ବେଳେ ପୁଣି ଏକ ମାମଲା ସୁବାଷଙ୍କ ପରିବାର ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଏ ସମ୍ପର୍କରେ ଜମ୍ବୁ ଥାନା ଆଇଆଇସି ମହେଶ୍ୱର ସେଠୀଙ୍କ ମତାମତ ଲୋଡ଼ିବାରୁ ତାଙ୍କର ଉତର ଥିଲା ଅଭିଯୋଗ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.