Monday , May 23 2022
Home / ବିଶେଷ / ବାହାଘର ଶୋଭାଯାତ୍ରା ଉପରୁ ଉଠିଲା କଟକଣା

ବାହାଘର ଶୋଭାଯାତ୍ରା ଉପରୁ ଉଠିଲା କଟକଣା

ଭୁବନେଶ୍ୱର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଦୀର୍ଘ ୯ ମାସ ପରେ ବାହାଘର ଶୋଭାଯାତ୍ରା ପାଇଁ ଉଠିଲା କଟକଣା । ଏଣିକି ବାହାଘର ଶୋଭାଯାତ୍ରାରେ ଯାଇପାରିବେ ବର । ବାଜାବାଦ୍ୟ ଓ ନୃତ୍ୟଗୀତର ତାଳେ ତାଳେ ଶୋଭାଯାତ୍ରାରେ ସାମିଲ ହୋଇପାରିବେ ସାଙ୍ଗସାଥୀ ଓ ବନ୍ଧୁ ପରିଜନ । ତେବେ ପୂର୍ବଭଳି ବାହାଘର କାର୍ଯ୍ୟକ୍ରମରେ ମାତ୍ର ୨୦୦ଜଣ ବନ୍ଧୁ ପରିଜନ ଯୋଗଦେଇ ପାରିବେ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତନ କରାଯାଇଛି । ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ ସଚିବ ପ୍ରଦୀପ ଜେନାଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ କରୋନା ମହାମାରୀ ପାଇଁ ପୂର୍ବରୁ ବାହାଘର ଶୋଭାଯାତ୍ରା ଉପରେ ଲାଗୁ କରାଯାଇଥିବା କଟକଣାକୁ ଓଡ଼ିଶା ସରକାର ଆଜି ପ୍ରତ୍ୟାହାର କରି ନେଇଛନ୍ତି । ବର୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ ବୋଲି ନିଷ୍ପତି ହୋଇଛି । ତେଣୁ ବାହାଘର ଶୋଭାଯାତ୍ରା କରାଯାଇପାରିବ । ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସାନିଟାଇଜର ବ୍ୟବହାର, ହାତ ଧୋଇବା ଏବଂ ଥର୍ମାଲ୍ ସ୍କାନିଂର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଉଭୟ ବର ଓ କନ୍ୟା ପକ୍ଷର କୋଭିଡ୍-୧୯ ନିୟମ ମାନି ବାହାଘର ଆୟୋଜନ କରିବେ । ଏହି ନିୟମ ଅବମାନନା କଲେ ଉଭୟ ବର ଓ କନ୍ୟା ପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ

ଫୁଲବାଣୀ ୨୨/୦୫/୨୦୨୨( ଓଡ଼ିଶା ସମାଚାର )- ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ । କନ୍ଧମାଳ ଏସ୍ପି ଭିନୀତ ଅଗ୍ରଓ୍ୱାଲଙ୍କ ନିକଟରେ …

Leave a Reply

Your email address will not be published. Required fields are marked *