ନିରାକାରପୁର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ଥାନା ଅର୍ନ୍ତଗତ ନୂଆଗଡ଼ ପଂଚାୟତ ଉଦୟପୁରରେ ଏକ ଜବରଦଖଲ ଜମିକୁ ଉଛେଦ କରାଯାଇଛି । ପ୍ରଶାସନ ଉପସ୍ଥିତରେ ଉଦୟପୁର ୱାର୍ଡ଼ର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ପ୍ରାୟ ୨ ଏକର ସରକାରୀ ଜାଗାକୁ ଜବରଦଖଲ କରି ପାଚେରୀ କରିବା ସହ ଏକ ନିର୍ମାଣଧୀନ ଗୃହ ରହିଥିଲା । ଏହା ଦ୍ୱାରା ଉକ୍ତ ରାସ୍ତାଦେଇ ସର୍ବସାଧାରଣ ଯାତାୟତରେ ଅସୁବିଧା ହେବାରୁ କିଛି ଗ୍ରାମବାସୀଙ୍କ ତରଫରୁ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲା । ସୋମବାର ଟାଙ୍ଗୀ ତହସିଲଦାର ଯୁଗଳ ମିଶ୍ର,ନିରାକାରପୁର ଥାନା ପୋଲିସ, ବାଲୁଗାଁ ଏସଡ଼ିପିଓ ,ଭୁଷଣ୍ଡପୁର ରାଜସ୍ୱ ଅଧିକାରୀ ସମେତ ଏକ ପ୍ଲାଟୁନ ପୋଲିସ ମହିଳା,ପୁରଷ ପୋଲିସର ଉପସ୍ଥିତରେ ଜେସିବି ଦ୍ୱାରା ଏହି ଜବର ଦଖଲ ଉଛେଦ କରାଯାଇଥିଲା । ଓଡ଼ିଶା ସମାଚାର