Sunday , April 2 2023
Breaking News
Home / ବିଶେଷ / ପାରାଦ୍ୱୀପରେ ଆରମ୍ଭ ହେଲା ଦୁଇଦିନିଆ ମିଳିତ ଉପକୂଳ ସୁରକ୍ଷା ଅଭ୍ୟାସ

ପାରାଦ୍ୱୀପରେ ଆରମ୍ଭ ହେଲା ଦୁଇଦିନିଆ ମିଳିତ ଉପକୂଳ ସୁରକ୍ଷା ଅଭ୍ୟାସ

ପାରାଦ୍ୱୀପ ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଉପକୂଳ ସୁରକ୍ଷାକୁ ଅଧିକ ମଜଭୁତ କରିବା ଉଦ୍ଧେଶ୍ୟରେ ମଙ୍ଗଳବାର ଦିନ ଉପକୂଳରେ ‘ସାଗର ଭିଜିଲ୍’ ନାମକ ଦୁଇ ଦିନିଆ ମିଳିତ ଉପକୂଳ ସୁରକ୍ଷା ଅଭ୍ୟାସ ଆରମ୍ଭ ହୋଇଛି । ଏହି ଅଭ୍ୟାସରେ ଭାରତୀୟ ତଟ୍ଟରକ୍ଷୀ ବାହିନୀ, ସିଆଇଏସ୍ଏଫ୍, ସାମୁଦ୍ରିକ ପୋଲିସ, କଷ୍ଟମ ବିଭାଗ, ଜଙ୍ଗଲ ବିଭାଗ , ମତ୍ସ୍ୟ ବିଭାଗ, ପାରାଦ୍ୱୀପ ବନ୍ଦର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିବା ପାରାଦ୍ୱୀପ  ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀଙ୍କ ଠାରୁ ପ୍ରକାଶ । ସୂଚନା ଥାଉକି ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଆତଙ୍କବାଦୀଙ୍କ  ମୁମ୍ବାଇ ଆକ୍ରମଣ ପରେ ଭାରତୀୟ ଉପକୂଳ ସୁରକ୍ଷା ନିମିତ ନିୟମିତ ଅନ୍ତରରେ ଏପରି ଅଭ୍ୟାସ କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.