Saturday , March 25 2023
Breaking News
Home / ବିଶେଷ / ପାଟକୁରା ନିର୍ବାଚନ ମଣ୍ଡଳୀର ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ସ୍ଥିତି ପରଖିଲେ ତେଜେଶ୍ୱର

ପାଟକୁରା ନିର୍ବାଚନ ମଣ୍ଡଳୀର ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ସ୍ଥିତି ପରଖିଲେ ତେଜେଶ୍ୱର

କେନ୍ଦ୍ରାପଡ଼ା,୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଦୀର୍ଘ ସମୟ ବ୍ୟବଧାନ ପରେ ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ମହାବିଦ୍ୟାଳୟ ଗୁଡିକ କୋଭିଡ୍ ଲକ୍ ଡାଉନ ପରେ ଖୋଲିଛି । ସୋମବାର ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡା ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ ବ୍ଳକର ଚାନ୍ଦୋଳ, ଦାନପୁର ଓ ହରିଅଙ୍କ, ଗରଦପୁର ବ୍ଲକର ମଧୁଶାସନ, କୋରୁଆ ଏବଂ ମାର୍ଶାଘାଇ ବ୍ଲକର କରିଲୋପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର ଏହିପରି ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଡାକ୍ତର, ଫାର୍ମାସୀଷ୍ଟ , ନର୍ସ ଓ ଅନ୍ୟ କର୍ମଚାରୀମାନଙ୍କୁ ଭେଟି ବିଭିନ୍ନ ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ । ପ୍ରାଥମିକ ସ୍ୟାସ୍ଥ୍ୟ କେନ୍ଦ୍ରର ସମୟ ପ୍ରତିଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୩ଟା ରୁ ୫ଟା ହୋଇଥିଲେ ମଧ୍ୟ କିଛି ସ୍ୱାସ୍ଥ୍ୟ କେନ୍ଦ୍ର ଅପରାହ୍ନ ୩ଟା ରୁ ୫ଟା ବନ୍ଦ ରହୁଥିବାର ପୂର୍ବରୁ ଅଭିଯୋଗ ହୋଇ ଆସୁଥିବାରୁ ଶ୍ରୀ ପରିଡା ଏ ସମ୍ପର୍କରେ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଭେଟି ଏହି ସମୟରେ ପ୍ରତିଦିନ ଖୋଲା ରଖିବା ପାଇଁ ନିବେଦନ କରିଥିଲେ । କିଛି ପ୍ରାଥମିକ କେନ୍ଦ୍ରରେ ଡାକ୍ତର ପ୍ରତିଦିନ ଉପସ୍ଥିତ ରହୁନଥିବା ଓ ଡେରିରେ ପହଂଚି ଶୀଘ୍ର ଚାଲିଯାଉଥିବାରୁ ଏ ସବୁରୁ ନିବୃତ୍ତ ରହିବା ପାଇଁ ଡାକ୍ତର ଓ କର୍ମଚାରୀମାନଙ୍କୁ ଅନୁରୋଧ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ବିଭିନ୍ନ ସ୍ଥାନୀୟ ସମସ୍ୟା ଓ ଆବଶ୍ୟକ ବିଷୟରେ ସେ ଅବଗତ ହୋଇଥିଲେ । ତେଜେଶ୍ୱରଙ୍କ ସହ ସ୍ଥାନୀୟ ଅଞ୍ଚଳର ଅନେକ ସମାଜସେବୀ, ବରିଷ୍ଠ ନାଗରିକ ଓ ଯୁବବର୍ଗ ଏହି ସମସ୍ତ ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.