ନିରାକାରପୁର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଂଚାୟତରେଧାନ ମଣ୍ଡିକୁ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ କୁମାର ଦଳେଇ, ୧୨ନଂ ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ପାଟ୍ଟଶାଣୀ, ପୂର୍ବତନ କୋଅପରେଟିଭ ବ୍ୟାଙ୍କ ଉପସଭାପତି ରଶ୍ମି ମିଶ୍ର, ସମିତିସଭ୍ୟ ରଘୁନାଥ ମାଝି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁକାନ୍ତ ମଙ୍ଗରାଜ,ସରପଂଚଙ୍କ ପ୍ରତିନିଧି ପ୍ରଫୁଲ କୁମାର ହରିଚନ୍ଦନ, ସଂପାଦକ ଗୈାରଗୋବିନ୍ଦ ପଟ୍ଟନାୟକ, କୋ ଅପରେଟିଭ ବ୍ୟାଙ୍କ ମ୍ୟାନେଜର ହିମାନ୍ଦ୍ରୀ ପ୍ରଧାନ ଓ ଆସିଷ୍ଟାଂଟ ରେଜିଷ୍ଟ୍ରାର ଉମାକାନ୍ତ ଦାସ , ଆଡ଼ମିନିଷ୍ଟ୍ରେଟର ଜ୍ୟୋର୍ତିମୟୀ ଲେଙ୍କା ପ୍ରମୁଖ ଯୋଗଦେଇ ଚାଷୀମାନେ କିପରି ଧାନ ଶୃଖଂଳିତଭାବେ ମଣ୍ଡିରେ ଦେଇ ପାରିବେ ସେଥିପ୍ରତି ଦୃଷ୍ଟିଦେବାକୁ ଗୁରୁତ୍ୱ ଆରୋପ କରିଥିଲେ । ଶେଷରେ ପୂର୍ବତନ ସମିତିସଭ୍ୟ ଅଶୋକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମୁଦାୟ ନୂଆଗଡ଼ ସେବା ସମବାୟ ସମିତିରେ ୨୮୬ ଜଣ ଚାଷୀ ଧାନ ଦେବାକୁ ପଞ୍ଜୀକରଣ କରିଥିବାବେଳେ ପ୍ରଥମ ଦିନ ୧୯ ଜଣ ଚାଷୀ ୬୨୭ କୁଇାଲ ୬୨ କେଜି ଧାନ ମଣ୍ଡିରେ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କୁ ଏକ ମଟର ସାଇକେଲ ର୍ୟାଲିରେ ସଭାସ୍ଥଳକୁ ଅଣାଯାଇଥିଲା । ଓଡ଼ିଶା ସମାଚାର