Wednesday , March 29 2023
Home / ବିଶେଷ / ଜିଲାପାଳଙ୍କ ପ୍ରତିଶୃତି ପରେ ଶ୍ରୀ ଜଗନ୍ନାଥ ଶ୍ରମିକ ସଂଗଠନର ଧାରଣା ପ୍ରତ୍ୟାହୃତ

ଜିଲାପାଳଙ୍କ ପ୍ରତିଶୃତି ପରେ ଶ୍ରୀ ଜଗନ୍ନାଥ ଶ୍ରମିକ ସଂଗଠନର ଧାରଣା ପ୍ରତ୍ୟାହୃତ

ରଘୁନାଥପୁର ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ତହସିଲ ଜଇପୁର ବାଲିଘାଟ ଲିଜ ବାତିଲ ଦାବି କରି ଆଜିକୁ ୧୩ ଦିନ ହେଲା ଶ୍ରୀ ଜଗନ୍ନାଥ ଶ୍ରମିକ ସଂଗଠନ ରଘୁନାଥପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିବା ଧାରଣା ଜଗତସିଂହପୁର ଜିଲାପାଳଙ୍କ ପ୍ରତିଶୃତି ପରେ ପ୍ରତ୍ୟାହୃତ ହୋଇଛି । ସୂଚନାଯୋଗ୍ୟ କି ଏହି ବାଲିଘାଟକୁ ୧୯୮୨ ମସିହା ପର ଠାରୁ ଜଗନ୍ନାଥ ଶ୍ରମିକ ସଂଗଠନ ଚଳାଇ ଆସୁଥିଲେ । ଏହାଦ୍ୱାରା ଏହି ସଂଗଠନର ୧୫୦ ପରିବାର ପ୍ରତିପୋଷଣ ହେବା ସହିତ ସରକାରଙ୍କ ପ୍ରାପ୍ୟ ମଧ୍ୟ ପୈଠ କରୁଥିଲେ । ତେବେ ଚଳିତ ବର୍ଷ ଜିଲା ବାହାରର ଜଣେ ବାଲି ବ୍ୟବସାୟୀ ଟେଣ୍ଡର ପ୍ରକ୍ରିୟାରେ ଭାଗନେଇ ୭୦ ପ୍ରତିଶତ ଅଧିକ ଦରରେ ଏହି ବାଲିଘାଟକୁ ହାତେଇ ନେଇଥିବାରୁ ନିଜର ଜିବୀକା ହରାଇବା ଚିନ୍ତାରେ ସଂଗଠନର କର୍ମମର୍ତାମାନେ ଆଜିକୁ ୧୩ ଦିନ ହେଲା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏମାନଙ୍କ ମଧ୍ୟରୁ କିଛି କର୍ମକର୍ତା ଗତକାଲି ଜଗତସିଂହପୁର ଜିଲାପାଳଙ୍କୁ ଦେଖାକରି ଲିଖିତ ଅଭିଯୋଗ କରିବା ପରେ ଆଜି ରଘୁନାଥପୁର ତହସିଲଦାର ରୂପାଲିକା ଦାସ , ଆଇଆଇସି ଲିଜାରାଣି ବିଶ୍ୱାଳ,ଏସଆଇ ଚିନ୍ମୟ କୁମାର ପାଣି ଧାରଣାକାରୀଙ୍କ ନିକଟରେ ପହଂଚି ଯେହେତୁ ଜିଲାପାଳ ଆପଣଙ୍କ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ତେଣୁ ଆପଣମାନେ ଧାରରା ପ୍ରତ୍ୟାହାର କରନ୍ତୁ ବୋଲି କହିବା ପରେ ଧାରଣାକାରୀମାନେ ଜିଲାପାଳଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଇ ଧାରଣା ସ୍ଥଗିତ ରଖିବା ସହିତ ଯଦି ଜିଲା ପ୍ରଶାସନ ସେମାନଙ୍କ ଜିବୀକା ଫେରାଇ ନଦିଏ ତେବେ ସେମାନେ କଟକ ପାରାଦୀପ ରାଜ ରାସ୍ତାକୁ ଅବରୋଧ କରିବେ ବୋଲି ସଂଗଠନର ସମ୍ପାଦକ ଯୁଧିଷ୍ଠିର ସେଠୀ, ବିଦ୍ୟାଧର ମଲ, ସର୍ବେଶ୍ୱର ପଣ୍ଡା,ଅନ୍ତର୍ଯ୍ୟାମୀ ସାମଲ,ମାନସ କୁମାର ଦାସ,ରଂଜିତ କୁମାର ଜେନା ପ୍ରମୁଖ ଗଣମାଧ୍ୟମକୁ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.