ରଘୁନାଥପୁର ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ସେବା ସମବାୟ ସମିତି ଅଧିନରେ ଥିବା ଛପଡ଼ା ଠାରେ ଆଜି ଧାନମଣ୍ଡି ଖୋଲାଯାଇଛି । ସମ୍ପାଦକ ପ୍ରଦ୍ୟମ୍ନ କୁମାର ମହାନ୍ତି, ସହ ସମ୍ପାଦକ ସନ୍ତୋଷ କୁମାର ପାତ୍ରଙ୍କ ତତ୍ୱାବଧାନରେ ସଫଳ ଚାଷୀ ଅକ୍ଷୟ କୁମାର ମିଶ୍ର ଏହାକୁ ଆନୁଷ୍ଠାନିକଭାବେ ନଡ଼ିଆ ବାଡ଼େଇ ଉଦଘାଟନ କରିଥିଲେ । କ୍ରୟ କମିଟି ପକ୍ଷରୁ ପ୍ରମୋଦ କୁମାର ମହାନ୍ତି , ନିତ୍ୟାନନ୍ଦ ପାତ୍ର, ଅଭୟ ରାୟ, ଦୀପ୍ତିକାନ୍ତ ଜେନା,ପ୍ରଦୀପ୍ତ ବିଶ୍ୱାଳ,ସୁବାସ ଚନ୍ଦ୍ର ରାଠସିଂ ଉପସ୍ଥିତ ଥିଲେ । ଏହି ମଣ୍ଡି ଦ୍ୱାରା ଛପଡ଼ା, ଏରଡଙ୍ଗା,ବିଦ୍ୟାଧରପୁର ପଂଚାୟତର ଚାଷୀମାନେ ଉପକୃତ ହେବାକୁ ଥିବାବେଳେ ସପ୍ତାହର ପ୍ରତି ବୁଧବାର ଧାନ କ୍ରୟ କରାଯିବା ବ୍ୟବସ୍ଥା କରାଯାଇଛି । ଏଫଏକ୍ୟୁ ମାନ କୁଇଂଟାଲ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ ଥିବାବେଳେ ଏହି ମଣ୍ଡିରୁ ସମୁଦାୟ ୫ ହଜାର କୁଇଂଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ସ୍ଥାନୀୟ ସରପଂଚ ବିଜୟ କୁମାର ସ୍ୱାଇଁ, ସମିତି ସଭ୍ୟା କାଦମ୍ବିନୀ ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଡ଼ାଟା ଏନ୍ଟ୍ରି ଅପରେଟର ସୋନାଲୀ ମଲ,କର୍ମଚାରୀ ରାଜ କିଶୋର ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର