କେନ୍ଦ୍ରାପଡା, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଅଷ୍ଟମ ପ୍ରହରୀ ପୂଜକ ଓ ଗାୟକ ଭାବେ କ୍ଷ୍ୟାତି ଅର୍ଜ୍ଜନ କରିଥିବା ଗୋସ୍ୱାମୀ ଅନାମ ଚରଣ ଦାଶଙ୍କୁ ଓଡିଶା ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କଳାବାରିଧି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମଟି ଭୂବନେଶ୍ୱରସ୍ଥିତ ୟୁନିଟ-୪ ଏମ.ଏଲ.ଏ.କଲୋନୀରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ପ୍ରତିନିଧି ଓ ସଦସ୍ୟମାନଙ୍କ ମଧ୍ୟରୁ କଳା ଓ ସଂସ୍କୃତି କ୍ଷେତ୍ରରେ ଶ୍ରେଷ୍ଠ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମରେ ଜନ୍ମିତ ଅନାମ ଜଣେ ଜଣାଶୁଣା ଅଷ୍ଟମ ପ୍ରହରୀ ଗାୟକ ଓ ପୂଜକ ଅଟନ୍ତି । ଦୀର୍ଘ ୪୦ବର୍ଷ ଧରି ସେ ଅବିଭକ୍ତ କଟକ ଓ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମରେ ପଂଚଶାଖା ସାହିତ୍ୟ, ବୈଷ୍ଟମଧର୍ମ ଏବଂ ନାମକୀର୍ତନର ପ୍ରଚାର ପ୍ରସାର କରୁଥିବାରୁ ତାଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଥିବା ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ମୁଖ୍ୟ ସଂଯୋଜକ ବିଷ୍ଣୁ ପ୍ରସାଦ ଦାସ, ମୁଖ୍ୟ ଉପଦେଷ୍ଟା ଦୀନକୃଷ୍ଣ ପଣ୍ଡା ଏବଂ ପୂର୍ବତନ ବିଧାୟକ ତଥା ଅନୁଗ୍ରାହକ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର