ନିରାକାରପୁର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା କମାଗୁରୁସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ବିପିନ୍ କୁମାର ଜୟସିଂହ ଯୋଗଦେଇ ଯୁବକମାନେ ଦେଶର ଭବିଷ୍ୟତ। ସେମାନେ ନିର୍ଭୀକ ଓ ସଂଜମୀ ହେଲେ ନିଜେ ସଫଳତାର ଶୀର୍ଷରେ ପହଞ୍ଚିବା ସହ ସମାଜର ମଙ୍ଗଳ ହେବା ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡ୍. ରେଣୁବାଳା ସାମନ୍ତରାୟ ଉପସ୍ଥିତ୍ ଥିବାବେଳେ ସ୍ଵାଗତ ଭାଷଣ ଦେଇଥିଲେ ରେଡକ୍ରସ କାଉନସିଲର ବିଦ୍ୟାଧର ବିଶ୍ଵାଳ। ଓଡ଼ିଶା ସମାଚାର