Sunday , April 2 2023
Breaking News
Home / ବିଶେଷ / ୨ ବର୍ଷ ହେଲା ବୋରିଂ ହେଲାଣି – ପାନୀୟ ଜଳ ଯୋଗାଣ କେବେ ?

୨ ବର୍ଷ ହେଲା ବୋରିଂ ହେଲାଣି – ପାନୀୟ ଜଳ ଯୋଗାଣ କେବେ ?

କେନ୍ଦ୍ରାପଡା, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ଦୁଇ ବର୍ଷ ରୁ ଅଧିକ ଦିନ ହେଲାଣି ପାନୀୟ ଜଳ କ୍ଳିଷ୍ଟ ଗ୍ରାମକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭାଗୀୟ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପାନୀୟ ଜଳ ପ୍ରକଳ୍ପ ପାଇଁ ବୋରିଂ କରାଯାଇ ଜଳ ର ଉତ୍ସ ସନ୍ଧାନ କରାଯାଇଛି । ମାତ୍ର ଗ୍ରାମର ଲୋକମାନଙ୍କୁ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ କରାଯାଇପାରିନଥିବାରୁ ଗ୍ରାମର ବୁଦ୍ଧିଜିବୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।  ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତର ପରକଣା ଗ୍ରାମର ୧୬୩ ଗୋଟି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଣ ପାଇଁ କେନ୍ଦ୍ରାପଡ଼ା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପରକଣା ଗ୍ରାମର ନୂଆପୋଖରୀସ୍ଥିତ ଏକ ପଡ଼ିଆ ଠାରେ ଏକ ବୋରିଂ କରାଯାଇଛି । ଆଜିକୁ ପ୍ରାୟ ୨ ବର୍ଷ ପୂର୍ବେ ସେଠାରେ ବୋର ୱେଲ କରାଯାଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କିମ୍ବା ପଂଚାୟତ ପ୍ରଶାସନ ପକ୍ଷରୁ ପାଇପ ଲାଇନ ବିଛାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ତତପରତା ପ୍ରକାଶ ପାଉନାହିଁ । ଜଳକ୍ଳୀଷ୍ଟ ରହୁଥିବା ଏହି ଗ୍ରାମମାନେ ଗ୍ରାମରେ ଥିବା ନଳକୂପରୁ ଜଳ ନେଇ ବ୍ୟବହାର କରୁଛନ୍ତି । ପାଇପ ଯୋଗେ ପାନୀୟ ଜଳ ପାଇବା ପାଇବାର ଲୋକମାନଙ୍କର ଯେଉଁ ଉତ୍କଂଠା ବିଗତ ଦିନରେ ରହିଥିଲା , ପ୍ରଶାସନର ସ୍ଥାଣୁତା ଫଳରେ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଘୁଂଚି ଘୁଂଚି ଯାଉଥିବାରୁ ଲୋକମାନଙ୍କର ଆଗ୍ରହ ମରିଯାଉଛି ବୋଲି ଗ୍ରାମର କେତେକ ଲୋକ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଜୟ କୁମାର କର ଙ୍କୁ ପଚାରିବାରେ ସେ କହନ୍ତି ଯେ ପୂର୍ବରୁ ବୋର କରାଯାଇଛି । ମାତ୍ର ପାଇପ ଲାଇନ ବିଛା ଓ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ଭଳି ଅତ୍ୟାବଶ୍ୟକ କାର୍ଯ୍ୟର ପ୍ରଶାସନିକ ଅନୁମୋଦନ ମିଳିନାହିଁ । ଉଚପଦସ୍ଥ ଅଧିକାରୀମାନେ ପ୍ରକଳ୍ପର ଅନୁମୋଦନ କଲେ ଏହି କାର୍ଯ୍ୟ ତୁରନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି । ଅପର ପକ୍ଷରେ  ଗରଦପୁର ବ୍ଲକ୍ ଅଂଚଳକୁ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ସରକାର ଅନ୍ତର୍ଭିୁକ୍ତି କରୁଥିବାରୁ ପ୍ରଶାସନିକ ଅନୁମୋଦନ ମିଳିବାରେ ବିଳମ୍ବ ହେଉଥିବା ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ କର ସୂଚନା ଦେଇଛନ୍ତି । ଗ୍ରାମର ଲୋକମାନେ ଏହି ପ୍ରକଳ୍ପକୁ ପୂର୍ଣ୍ଣଙ୍ଗ କରି ପାନୀୟ ଜଳ ଯୋଗାଣ କରାଯିବା ପାଇଁ ଗଗନ ବିହାରୀ ମିଶ୍ର,ବସନ୍ତ କୁମାର ବେହେରା, କୈଳାଶ ଚନ୍ଦ୍ର ମିଶ୍ର,ପ୍ରଦୀପ କୁମାର ବେହେରା ପ୍ରମୁଖ ବୁଦ୍ଧିଜିବୀମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି ଜଣାଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.