Monday , March 27 2023
Breaking News
Home / ବିଶେଷ / ୨୦୦୭ ମସିହା ମାଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ

୨୦୦୭ ମସିହା ମାଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ

 କେନ୍ଦ୍ରାପଡା, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ନୂତନ ବର୍ଷ ଉପଲକ୍ଷେ ପାଟକୁରା ଥାନା ଅନ୍ତର୍ଗତ ବଟିରା ହାଇସ୍କୁଲ ର ୨୦୦୭ ମସିହା ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ନିକଟସ୍ଥ ପାଇକା ନଦୀ ପଠାରେ ଗତକାଲି ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ଏହି ବନ୍ଧୁ ମିଳନ ଉତ୍ସବରେ  ଏହି ବ୍ୟାଚ ରେ ପଢ଼ୁଥିବା ୨୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । କିର୍ତୀ ରଂଜନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବରେ ମାନସ ଦାସ, ଦେବାଶିଷ ଖଟୁଆ, ପ୍ରକାଶ ଚନ୍ଦ୍ର ସେଠୀ, ଦେବାଶିଷ ସାହୁ,  ଦୀପ୍ତିରଂଜନ ଓଝା, ସୁବାସ ଚନ୍ଦ୍ର ଖଙ୍କୁଆ,ଆଶୁତୋଷ ମହାପାତ୍ର ଓ ସୂର୍ଯ୍ୟକାନ୍ତ ସ୍ୱାଇଁ ପ୍ରମୁଖ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ବିଗତ ଦିନର ଘଟିଥିବା ସ୍କୁଲ ଜୀବନର ସ୍ମୃତିକୁ ମନେ ପକାଇବା ସହିତ ବର୍ତମାନ ସମୟରେ ନିଜ ନିଜର ଅବଲମ୍ବନ କରିଥିବା କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.