ରଘୁନାଥପୁର, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ନରସିଂହ ଚରଣ ମହାନ୍ତିଙ୍କ ଭୂମିକା ଚିରସ୍ମଣୀୟ ବୋଲି ରଘୁନାଥପୁର ମହାତ୍ମା ଗାନ୍ଧୀ ସଭାକକ୍ଷରେ ସଂଗ୍ରାମୀ ନରସିଂହ ଚରଣ ମହାନ୍ତିଙ୍କର ୨୩ ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଆଗାମୀ ଓଡିଶା ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ନରସିଂହ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ଉତ୍ସବକୁ ମାନସ ରତ୍ନ ଶରତ କୁମାର ରାଉତରାୟ ଆନୁଷ୍ଠାନିକଭାବେ ଉଦଘାଟନ କରି ଏହା କହିଥିଲେ । ଶ୍ରୀ ରାଉତରାୟ ଆହୁରି କହିଲେ ଯେ ୧୯୪୩ମସିହାରେ ନରସିଂହ ମହାନ୍ତିଙ୍କ ସହିତ ଇଂଗ୍ରେଜ ସରକାର ବିରୁଦ୍ଧରେସଂଗ୍ରାମ କରି କଟକ ଜେଲରେ ୪ ବର୍ଷ ଜେଲରେ ରହିଥିଲେ । ଶ୍ରୀ ମହାନ୍ତି ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଏଥିରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ଯୋଗ ଦେଇ ପ୍ରଜା ସୋସାଲିଷ୍ଟ ପାଟିରେ ନରସିଂହ ଚରଣ ମହାନ୍ତିଙ୍କ ଭୂମିକା ଅତି ଗୁରୁତ୍ୱ ପୂର୍ଣ୍ଣ ଥିଲା ।ଶ୍ରୀ ମହାନ୍ତି ରାଜନୈତିକ ପଦ ପଦବୀକୁ ପତ୍ୟାଖାନ କରିଥିଲେ ବୋଲି କହିଥିଲେ । ଏଥିରେ ଶିକ୍ଷାବିତ ଯଦୁନାଥ ଜେନା ପୌରହିତ୍ୟ କରି ସଂଗ୍ରାମୀ ଶ୍ରୀ ମହାନ୍ତି ସ୍ୱାଧୀନତା ଆନ୍ଦୋଳନର ନିର୍ଭିକ ଓ ଦୁଃଶାହସୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥିଭାବେ ଶିକ୍ଷକ ନେତା ଜୟପ୍ରକାଶ ପଣ୍ଡା ଯୋଗଦେଇ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ନେତୃତ୍ୱରେ ପ୍ରଜା ସୋସାଲିଷ୍ଟ ପାଟିରେ ଯେଉଁମାନେ ଭାଗ ନେଇଥିଲେ ସେମାନଙ୍କ ମଧ୍ୟରେ ନରସିଂହ ମହାନ୍ତି ଶ୍ରେଷ୍ଠସଂଗ୍ରାମୀ ଥିଲେ ବୋଲି କହିଥିଲେ । ଏହି ଉସ୍ଥବରେ ଶିକ୍ଷକନେତା ଉମେଶ ନାୟକ, ସାଂସଦ ପ୍ରତିନିଧି ଗୌତମ ପାଲ୍ଲିଟ୍, ସମାଜ ସେବୀ ଅଶୋକ କୁମାର ଦାସ, ଶିକ୍ଷକ ସାନ୍ତନୁ ପାତ୍ର, ଦିଲ୍ଲିପ ମହାନ୍ତି, ସରୋଜ ମହାନ୍ତି, କୈଳାଶ ଚନ୍ଦ୍ର ଦାସ, ଶୁଦର୍ସନ ରାଉତ, ଶିକ୍ଷକ କୁଷ ମଲ୍ଲିକ, ଶିକ୍ଷକ ନେତା ଦେବାଶୀଷ ବେହେରା, ସମାଜସେବି ବୈଷ୍ଠବ ଗାୟା ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ଏଥିରେ ଆଗାମୀ ଓଡିଶା ସମ୍ପାଦକ ଆଶୀଷ କୁମାର ଚର୍କବର୍ତୀ ସ୍ୱାଧୀନତା ସଂଗ୍ରାମରେ ଇଂଗ୍ରେଜମାନଙ୍କ ସହିତ ଲଢାଇ କରି ନରସିଂହ ମହାନ୍ତି ୧୨ବର୍ଷ ବିଭିନ୍ନ ଜେଲରେ ରହି ଜୀବନ ବିତାଇ ଥିଲେ । ବରିଷ୍ଠ ଆଇନଜିବୀ ଏମ୍.ଏନ୍. ହର୍ଷବର୍ଦ୍ଧନ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଶିକ୍ଷାବିତ ରବିନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର