Tuesday , March 28 2023
Breaking News
Home / ତାଜା ଖବର / ସର୍ଟ ସର୍କିଟରୁ ଫିଲିଙ୍ଗ ଷ୍ଟେସନରେ ଅଗ୍ନିକାଣ୍ଡ

ସର୍ଟ ସର୍କିଟରୁ ଫିଲିଙ୍ଗ ଷ୍ଟେସନରେ ଅଗ୍ନିକାଣ୍ଡ

ମାହାଙ୍ଗା,୧୧/୯୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ଥାନା ଓସଙ୍ଗ ପଞ୍ଚାୟତରେ ଥିବା ବିଦେହୀ ବାବା ଫିଲିଙ୍ଗ ଷ୍ଟେସନରେ ଆଜି ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ବୋଲି ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ସୋମବାର ପୂର୍ବାହ୍ନ ୧୨ ଟା ସମୟରେ ଏହି ଫିଲିଙ୍ଗ ଷ୍ଟେସନରେ ଅକସ୍ମାତ ନିଆଁ ଲାଗିଯାଇଥିବା ଜଣାପଡ଼ିବାରୁ ପଉପସ୍ଥିତ କର୍ମଚାରୀ ମାନେ ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ । ଖବର ପାଇ କୁଆଁପାଳ ଦମକଳ ବାହିନୀ ଘଟଣାସ୍ଥଳୀରେ ପହଞ୍ଚିଥିଲା । ଏହି ଅଗ୍ନିକାଣ୍ଡ ବିଦ୍ୟୁତ ସର୍ଟ ସର୍କିଟରୁ ଘଟିବା ପରେ ପ୍ରାୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ କ୍ଷୟକ୍ଷତି ନେଇ ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.