Monday , March 20 2023
Breaking News
Home / ବିଶେଷ / ସମାଜ ବିକାଶ ମିସନ ପକ୍ଷରୁ ରଘୁନାଥପୁର ମେଡିକାଲ ସଫେଇ କାର୍ଯ୍ୟ

ସମାଜ ବିକାଶ ମିସନ ପକ୍ଷରୁ ରଘୁନାଥପୁର ମେଡିକାଲ ସଫେଇ କାର୍ଯ୍ୟ

ରଘୁନାଥପୁର, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ମେଡିକାଲରେ ଆଜି ସମାଜ ବିକାଶ ମିସନ ପକ୍ଷରୁ ମେଡିକାଲ ସଫେଇ କାର୍ଯ୍ୟ କରାଯାଇଥିଲା । ସମାଜ ବିକାଶ ମିସନ ପକ୍ଷରୁ ମେଡିକାଲ ସଫେଇ ସହିତ ରଘୁନାଥପୁର ବଜାର, ଜଗନ୍ନାଥପୁର ବଜାର, ହାଟବଜାର, ନାରାୟଣୀ ଛକ, ମାଘିମେଳା ଆଦି ସ୍ଥାନରେ ସଫେଇ କାର୍ଯ୍ୟ ବଷର୍୍ ସାରା  କରିଥାନ୍ତି । ସୂଚନା ଯୋଗ୍ୟ ସମାଜ ବିକାଶ ମିଶନର ଏହି କାର୍ଯ୍ୟରେ ଜଗତସିଂହପୁର ଜିଲ୍ଲାରେ କରୋନାରେ ମୃତୁ୍ୟ ବରଣ କରୁଥିବା ମୃତ ବ୍ୟକ୍ତି ମାନଙ୍କୁ ସ୍ମଶାନରେ କୋଭିଡ୍-୧୯ ନିୟମ ଅନୁଯାୟୀ ଜିଲ୍ଲା ପ୍ରଶାସନ ଅନୁରୋଧରେ ସତ୍କାର କରି ସମଗ୍ର ଜିଲ୍ଲାରେ ପ୍ରଶଂସାର ଅଧିକାରୀ ହୋଇପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ମିଶନର ସମ୍ପାଦକ ସରିତ ମହାପାତ୍ର, ବିକ୍ରମ ମହାନ୍ତି, ଅମୁଲ୍ୟ ଜେନା, ସୌରଭ ବୋଷ, ଜଗନ୍ନାଥ ରାଉତ, ବିକାଶ ପ୍ରାଣି, ସଶିକାନ୍ତ ଦାସ, ସୁରେନ୍ଦ୍ର ମହାରଣା, ଅର୍ମିତ ସ୍ୱାଇଁ, ଅନୁପ ସିଂ, ଆଶୀଷ ଦାସ, ବିଶ୍ୱଜିତ ସାହୁ ପ୍ରମୁଖ ସଫେଇ କାର୍ଯ୍ୟରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.