Saturday , April 1 2023
Breaking News
Home / ତାଜା ଖବର / ସଡକ ଦୁର୍ଘଟଣା ରେ ୧ ମୃତ , ୪ ଗୁରୁତର

ସଡକ ଦୁର୍ଘଟଣା ରେ ୧ ମୃତ , ୪ ଗୁରୁତର

ନିଶ୍ଚିନ୍ତକୋଇଲି,୧୧/୦୧ /୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସକାଳର ଘନ କୁହୁଡି ଭିତରେ ଦ୍ରୁତ ଗତିରେ ଆଗକୁ ବଢୁଥିବା ଗାଡିର ବ୍ରେକ ଫେଲ ହୋଇଯିବାରୁ ଘଟିଲା ଦୁର୍ଘଟଣା  ।

ଆଉ ଏହି ଘନ କୁହୁଡ଼ି ପାଇଁ  ଚାଲିଗଲା ଜଣେ  ନାବାଳିକାର ଜୀବନ  ।  କଟକ -ଚାନ୍ଦବାଲି ରାସ୍ତାର  ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ଛକ ନିକଟରେ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ଏକ ଟ୍ରକ ଅକସ୍ମାତ ବ୍ରେକ ଫେଲ ହେବାରୁ ଘନ କୁହୁଡ଼ି ଭିତରେ ଭାରସାମ୍ୟ ହରାଇଲା  । ସାମ୍ନାପଟୁ କଟକ ଏସସିବି ମେଡ଼ିକାଲ ଅଭିମୁଖେ ଏକ ରୋଗୀକୁ ଧରି ଯାଉଥିବା ମାରୁତି କାର ସହିତ ଟ୍ରକର ହେଲା ସମ୍ନାସାମ୍ନି ଧକ୍କା  ।   ଫଳରେ ଘଟଣାସ୍ଥଳରେ ହିଁ’ ଯାଜପୁର ଜିଲ୍ଲା  ବିଂଝାରପୁର ଥାନା ଅଞ୍ଚଳ ର ଜଣେ ନାବାଳିକା ସରିତା ମଲ୍ଲିକ, ଯାହାଙ୍କ ବୟସ ୧୭ ବର୍ଷ ,ତାଙ୍କର  ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି  ।

ଅନ୍ୟ ପକ୍ଷରେ ଗାଡି ଭିତରେ ଥିବା ୪ ଜଣ ବ୍ୟକ୍ତି ଦେବାଶିଷ ମହାନ୍ତି (୩୦), ବାବାଜୀ ମଲ୍ଲିକ (୪୫), ବିଶ୍ୱଜିତ ମଲ୍ଲିକ (୩୦)ଏବଂ ସନ୍ଧ୍ୟାରାଣୀ ମଲ୍ଲିକ (୫୦)ଙ୍କୁ  ଗୁରୁତର ଅବସ୍ଥାରେ  ନିଶ୍ଚିନ୍ତକୋଇଲି ଅଗ୍ନିଶମ ପକ୍ଷରୁ ଉଦ୍ଧାର କରାଯାଇ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଛି । ଓଡିଶା ସମାଚାର

Leave a Reply

Your email address will not be published.