Wednesday , March 29 2023
Home / ତାଜା ଖବର / ଯୁବକ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଯୁବକ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସାଲେପୁର,୧୧/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ତିନିଦିନ ଧରି ନିଖୋଜ ହୋଇଯାଇଥିବା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।  ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନନଗର ଥାନା ତେନ୍ତୋଳ ମହାନଦୀ ପଠା ରେ । ମୃତ ଯୁବକଙ୍କ ନାଁ ହେଉଛି ରବି ନାରାୟଣ ପୃଷ୍ଟି। ରବି ତିନିଦିନ ଧରି ନିଖୋଜ ଥିବାର ମଧ୍ୟ ଥାନାରେ ତାଙ୍କ ପରିବାର ଲୋକେ ଏତଲା ଦେଇଛନ୍ତି। ତେବେ ଆଜି ତାଙ୍କର ମୃତ ଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀପଠା ବେଣା ଜଙ୍ଗଲରେ ପଡିରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକ ତଦନ୍ତ ଜାରି ରଖିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.