ଭୁବନେଶ୍ୱର, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍କୁ ‘ମୋଷ୍ଟ ଇନୋଭେଟିଭ୍ ବେଷ୍ଟ ପ୍ରାକ୍ଟିସ୍’ ପୁରସ୍କାର ପ୍ରଦାନ କରାଯାଇଛି । ସିଆଇଆଇର ସେଂଟର ଫର୍ ଡିଜିଟାଲ ଟ୍ରାନ୍ସଫରମେଶନ୍ ପକ୍ଷରୁ ଆୟୋଜିତ ଡିଜିଟାଲ ଟ୍ରାନ୍ସଫରମେଶନ ସମ୍ମିଟ ଆଣ୍ଡ୍ ଆୱାର୍ଡ-୨୦୨୦ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଡିଜିଟାଲିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପୃଥିବୀର ତୃତୀୟ ତଥା ଭାରତ ପ୍ରଥମ ଥର ଡିଜିଟାଲ ସ୍ମେଲଟର ଜ୍ଞାନକୌଶଳ ବେଦାନ୍ତର ଝାରସୁଗୁଡ଼ା , ଓଡ଼ିଶା ସ୍ଥିତ ପ୍ଲାଂଟରେ ସ୍ଥାପନା କରାଯାଇଛି ।
ଆତ୍ମନିର୍ଭର ଭାରତ ଗଠନ ଅନ୍ତର୍ଗତ ହୋଇଥିବା ଏହି ଡିଜିଟାଲ ଟ୍ରାନ୍ସଫରମେଶନ୍ ସମ୍ମିଟରେ ୩୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ । ବେଦାନ୍ତ ଆଲୁମିନିୟମର ଡିଜିଟାଲ ସ୍ମେଲଟର ପ୍ରକଳ୍ପର କାର୍ଯ୍ୟ ଶୈଳୀ ସମ୍ପର୍କରେ ଏଠାରେ ପ୍ରଦର୍ଶନ କରାଯାଇଥିଲା । ଡିଜିଟାଲ ଟୁଇନ୍ ଜ୍ଞାନକୌଶଳ ଦ୍ୱାରା ଏହାର ଅପରେସନକୁ କିଭଳି ମନିଟରିଂ କରାଯାଇ ପାରୁଛି, ଏବଂ ଏହାଦ୍ୱାରା ଶକ୍ତି ସଂଚୟ ଏବଂ କଂଚାମାଲର କମ୍ ବ୍ୟବହାର ସହିତ ବର୍ଜ୍ୟ ପଦାର୍ଥକୁ ରିମୋଟ ଆଡଭାଇଜରୀ ସିଷ୍ଟମ୍ ଦ୍ୱାରା ସଂଗ୍ରହ କରାଯାଉଥିବା ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା ।
ସେହିପରି ଏହାଦ୍ୱାରା ହିଷ୍ଟୋରିକଲ ଇନଫରମେଶନ୍ ଏବଂ ରିୟଲ ଟାଇମ୍ ଡାଟା ବ୍ୟବହାର ଡାଟା ଆନାଲିଟକ୍ସ୍୍ ଦ୍ୱାରା କିଭଳି କରାଯାଉଛି ତାହାର ପ୍ରଦର୍ଶନ କରାଯାଇଥିଲା ।
ଏହି ଅବସରରେ ବେଦାନ୍ତ ଲିଃ.ର ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜିନେସ୍ର ସିଇଓ ଅଜୟ କପୁର କହିଲେ, ଆମେ ଶ୍ରେଷ୍ଠ ଡିଜିଟାଲ ସମାଧାନ ସହାୟତାରେ କାର୍ଯ୍ୟକାରୀ ଦକ୍ଷତା ଏବଂ ଅପ୍ଟିମାଇଜିଂ ମୂଲ୍ୟ ଏବଂ କଂଚାମାଲର ଉପଯୋଗ କମାଇବା ସମ୍ଭବ ହୋଇ ପାରିଛି । ଆମ ପ୍ଲାଂଟରେ ଗୁଣବତାଯୁକ୍ତ ଆଲୁମିନିୟମ ଉପôାଦନ ସମ୍ଭବ ହୋଇପାରୁଛି । ଆଲୁମିନିୟମ୍ ଉପôାଦନ ଭାରତର ଆତ୍ମନିର୍ଭରଶୀଳତାକୁ ରୁଦ୍ଧିମନ୍ତ କରାଇବାରେ ସହାୟକ ହୋଇପାରୁଛି ଏବଂ ଏହାଦ୍ୱାରା ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବ ହୋଇପାରିଛି ।
କମ୍ପାନୀ ପକ୍ଷରୁ ଏଣ୍ଡ୍ ଟୁ ଏଣ୍ଡ ଡିଜିଟାଲ ଲଜିଷ୍ଟିକ୍ କଂଟ୍ରୋଲ ଟାୱାର କୋଇଲା, ଆଲୁମିନା ଏବଂ ବକ୍ସାଇଟ୍ ପାଇଁ ସ୍ଥାପନା କରାଯାଇଛି । ବେଦାନ୍ତ ପକ୍ଷରୁ ଡାଟା ଅନାଲିଟିକ୍ସ୍ ଟେକ୍ନୋଲୋଜି ଏହାର ପାୱାର ପ୍ଲାଂଟରେ ସ୍ଥାପନା କରାଯାଇଛି । ଏହା ସହିତ ଆସେସ୍ ରିୟଲବିଲିଟିକୁ ବେଦାନ୍ତ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି ।
କମ୍ପାନୀର ଉଚ୍ଚମାନର ଉତ୍ପାଦନ ପ୍ରଣାଳୀ ଏହାର ଆଲୁମିନା ପ୍ଲାଂଟରେ କାର୍ଯ୍ୟକାରୀ କରାଯାଇଛି । ସୁରକ୍ଷିତ କାର୍ଯ୍ୟଶୈଳୀକୁ କମ୍ପାନୀ ଗୁରୁତ୍ୱ ପ୍ରଦାନ କରୁଛି । ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ପରିବେଶ କ୍ଷେତ୍ରରେ ବେଦାନ୍ତ ପକ୍ଷରୁ ବିଭିନ୍ନ ଡିଜିଟାଲ ସମାଧାନ ସମ୍ପନ୍ନ କରାଯାଇଛି । ରୋବୋଟିକ୍ସ୍ ପ୍ରୋସେସ୍ ଅଟୋମେଶନ୍ କମର୍ସିଆଲ, ଫାଇନାନ୍ସ୍ ଏବଂ ସପ୍ଲାଏ ଚେନ୍ ରେ ଉପଯୋଗ କରାଯାଉଛିି । କମ୍ପାନୀର ପ୍ଲାଂଟରେ ଜିପିଏସ୍, ଆରଏଫଆଇଡି ସେନସର୍, ଅପରେଶନ୍ ରିସର୍ଚ୍ଚ ବେସଡ୍ ସିଡୁ୍ୟଲ ମଡେଲିଂ ପ୍ରତି ଅପରେଶନ ପଏଂଟରେ ସ୍ଥାପନା କରାଯାଇଛି ।
ବେଦାନ୍ତ ଆଲୁମିନିୟମ୍ ବେଦାନ୍ତ ଲିମିଟେଡ୍ ର ଏକ ଅଂଶବିଶେଷ । ୨୦୨୦ ଆର୍ଥିକ ବର୍ଷରେ ଭାରତ ୧.୯ ନିୟୁତ ଟନ୍ ଆଲୁମିନା ଉତ୍ପାଦନ କରିବାକୁ ସକ୍ଷମ ହୋଇଛି ଏବଂ ଦେଶରେ ସବୁଠାରୁ ଅଧିକ ନିଜଶ୍ୱ ବିଜୁଳି ଉତ୍ପାଦନକାରି ମାନଙ୍କ ମଧ୍ୟରୁ ଅନ୍ୟତମ । ମୁଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦ ପାଇଁ ଏକ ଅଗ୍ରଣୀ ଭୂମିକା ର୍ନିବାହ କରୁଛି । ଭାରତରେ ସ୍ଥାପନ କରାଯାଇଥିବା ବିଶ୍ୱସ୍ତରିୟ ସ୍ମେଲଟର, ପାୱାର ପ୍ଲାଂଟ ଏବଂ ଆଲୁମିନା ରିଫାଇନାରୀ ସହିତ କମ୍ପାନି ଆଲୁମିନିୟମ୍ ର ବ୍ୟବହାର କୁ ବ୍ୟାପକ କରିବା ପାଇଁ “ମେଟାଲ ଫର ଫ୍ୟୁଚର” ଟ୍ୟାଗ ଲାଇନ ସହିତ ନିଜର ଲକ୍ଷ୍ୟକୁ ପୁରା କରିବ । ଓଡ଼ିଶା ସମାଚାର