Thursday , March 23 2023
Home / ବ୍ୟବସାୟ ବାଣିଜ୍ୟ / ବିଜୁଳି ଚୋରି ରୋକିବାକୁ ଅଭିଯାନ ଆରମ୍ଭ

ବିଜୁଳି ଚୋରି ରୋକିବାକୁ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ବିଜୁଳି ଚୋରଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଛି ଟିପିସିଓଡିଏଲ୍ । ଏଥିପାଇଁ କମ୍ପାନୀ ପକ୍ଷରୁ ୯୪୩୭୧୫୮୬୭୦ ଟେଲିଫୋନ୍ ନମ୍ବର ଜାରି ହୋଇଛି । ଯେକୌଣସି ବ୍ୟକ୍ତି ବିଜୁଳି ଚୋରି ସଂକ୍ରାନ୍ତରେ ଏହି ନମ୍ବରରେ ଏସଏମଏସ୍ କିମ୍ବା ଫୋନ୍ କରି ସୂଚନା ଦେଇପାରିବ । ଅଭିଯୋଗ ପାଇଲା ମାତ୍ରେ ଟିିପିସିଓଡିଏଲ୍ କର୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ମହାମାରୀ ସମୟରେ ଗ୍ରାହକଙ୍କୁ ୨୪ଘଂଟିଆ ବିଜୁଳି ଯୋଗାଣ ଦିଗରେ ନିରନ୍ତର କାର୍ଯ୍ୟ ଚାଲୁଛି । କିନ୍ତୁ ଏହି ସମୟରେ ବିଦ୍ୟୁତ୍ ଚୋରି ହେତୁ ବିପୁଳ ପରିମାଣରେ କ୍ଷତି ସହିବାକୁ ପଡୁଛି । ବିଜୁଳି ଚୋରି ପାଇଁ ଭିତିିଭୂମି ବିକାଶରେ ବାଧା ସୃଷ୍ଟି ହେବା ସହିତ ଗ୍ରାହକଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣରେ ବାଧା ସୃଷ୍ଟି ହେଉଛି । ଯେଉଁ ଅସାଧୁ ଗ୍ରାହକମାନେ ବିଦ୍ୟୁତ୍ ଚୋରିରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ଏହାକୁ ଜୋରଦାର କରିବାଲାଗି ଟିପିସିଓଡିଏଲ୍ ଚୋରି ମାମଲା ରୁଜୁ କରିବାପାଇଁ ଏହାର ଏନଫୋର୍ସମେଂଟ ସ୍କ୍ୱାଡ୍ କୁ ନିୟୋଜିତ କରିଛି । ସମ୍ପ୍ରତି ଏହି ଟିମ ଇଣ୍ଡିଆନ ଇଲେକଟ୍ରିସିଟି ଆକ୍ଟ ୨୦୦୩ର ଧାରା ୧୩୫ ଅନୁଯାୟୀ ନିମାପଡା ଡିଜିଜନର କୋଣାର୍କ ଅଂଚଳରେ ହୋଟେଲ ଏବଂ ରେଷ୍ଟୁରାଂଟ ଭାବରେ ବ୍ୟବହୃତ ଫାର୍ମହାଉସ୍ ବିରୁଦ୍ଧରେ ଗୋଟିଏ ଚୋରି ମାମଲା ରୁଜୁ କରିଛି । ସ୍ଥାନୀୟ ଚନ୍ଦ୍ରଭାଗା ଥାନାରେ ମାମଲା ରୁଜୁ ହେବା ସହିତ ଗ୍ରାହକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଟିପିସିଓଡିଏଲ୍ ଦ୍ୱାରା ୭କ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ଟିପିସିଓଡିଏଲ୍ ତାହାର ଇଲାକାରେ ଏନଫୋର୍ସମେଂଟ ସ୍କ୍ୱାଡ୍ ନିୟୋଜିତ କରି ଗତ ଡିସେମ୍ବର ମାସରେ ୧୮୫୫ଟି ମାମଲାର ଯାଂଚ କରିବା ସହିତ ୨୮୬ଟି ମାମଲା ରୁଜୁ କରିଛନ୍ତି । ଗ୍ରାହକମାନେ ଏଣିକି ବିଦ୍ୟୁତ୍ ଚୋରି ସଂକ୍ରାନ୍ତରେ ଏସଏମଏସ୍ ଜରିଆରେ ରିପୋର୍ଟ କରିପାରିବେ । ଅଭିଯୋଗ ପାଇଲାମାତ୍ରେ ବିଜୁଳି ଚୋରି ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଜୁଳି ଚୋରି ରୋକିବାପାଇଁ ନିୟୋଜିତ ଏନଫୋର୍ସମେଂଟ ଟିମ୍ ର କାର୍ଯ୍ୟ ଉପରେ ମନ୍ତବ୍ୟ ଦେଇ ଟିିସିଓଡିଏଲ୍ ର ମୁଖ୍ୟ କାର୍ଯ୍ୟ ନିବାହୀ ଏନ.ଶେନବାଗାମ କହିଛନ୍ତି ଯେ ବିଦ୍ୟୁତ୍ ଚୋରି ରୋକିବାପାଇଁ ଏହା ଏକ ପ୍ରୟାସ । ତେବେ କମ୍ପାନୀ କର୍ତୃପକ୍ଷ ସମସ୍ତ ବର୍ଗଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଏଥିରେ ସହଯୋଗ ଲାଗି ସେ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.