Monday , March 27 2023
Breaking News
Home / ବିଶେଷ / ପ୍ରଗତି ଟ୍ୟୁଟୋରିଆଲ ତରଫରୁ ଗୁରୁପୂଜନ

ପ୍ରଗତି ଟ୍ୟୁଟୋରିଆଲ ତରଫରୁ ଗୁରୁପୂଜନ

 ଭୁବନ ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ନୂତନବର୍ଷ ଅବସରରେ ବିଭିନ୍ନ ମାଟ୍ରିକ ବ୍ୟାଚ,କ୍ଲବ ଓ ଟ୍ୟୁଟୋରିଆଲ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଭୁବନର ପ୍ରଗତି ଟ୍ୟୁଟୋରିଆଲ ତରଫରୁ ନୀଳକଣ୍ଠପୁର ଫାର୍ମ ଠାରେ ଆଜି ଗୁରୁପୂଜନ ଭଳି ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ୟୁଟୋରିଆଲ ଅଧ୍ୟକ୍ଷ ତପନ କୁମାର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବେନ୍ଦ୍ର ପୃଷ୍ଟି,ସୁରେନ୍ଦ୍ର ପୃଷ୍ଟି,ଦେବାନନ୍ଦ ସାହୁ,ଆର୍ତ ବାରିକ,ପ୍ରୀତିଶ ନନ୍ଦୀ,ବଜରଙ୍ଗି ଅଗ୍ରୱାଲା,ରାକେଶ ରାୟ,ଅମର,ଗୁଣନିଧି ପାତ୍ର,ରାକେଶ ପୋଥାଳ,ବୁଲୁ,ବୁବୁ ପ୍ରମୁଖ ୪୦ ଜଣ ପୁରାତନ ଛାତ୍ର ଯୋଗଦେଇ ଶିକ୍ଷକ ଅରୁଣ କୁମାର ପତି,ବ୍ରଜବନ୍ଧୁ କର,କୈଳାସ ଚନ୍ଦ୍ର ସାହୁ,ଗୁରୁ ପ୍ରସାଦ ମିଶ୍ର,ପ୍ରଜିତ କିଶୋର ସାହୁ,ସୁଶାନ୍ତ କୁମାର ଦାସ ଙ୍କୁ ପ୍ରଥମେ ଫୁଲଚନ୍ଦନ ଦେଇ ପୂଜାର୍ଚ୍ଚନା କରିବା ପରେ ପୁଷ୍ପଗୁଚ୍ଛ,ଉତରୀୟ ପ୍ରଦାନ କରିବା ସହ ଗୁରୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.