କେନ୍ଦ୍ରାପଡା, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ପାଟକୁରା ବିଜୁ ଛାତ୍ର ଜନତା ଦଳର ଏକ ବନ୍ଧୁ ମିଳନ ଉତ୍ସବ ଗରଦପୁର ବ୍ଲକ୍ ଅନ୍ତର୍ଗତ ମାହାଳସ୍ଥିତ ବାବା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଜୁ ଛାତ୍ର ଜନତା ରାଜ୍ୟ ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ଲେଙ୍କା ସଂଯୋଜନା କରିଥିଲାବେଳେ ଏହି କାର୍ଯ୍ୟକ୍ରମରେ ଜିଲା ଯୁବ ବିଜେଡ଼ିସଭାପତି ରାଜେସ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ତୃଣମୂଳ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତା ପହଂଚାଇବା ସହିତ ସରକାରଙ୍କ ବିଭିନ୍ନ ଜନ ହିତକାରୀ କଲ୍ୟାଣ ମୂଳକ ଯୋଜନା ଗୁଡ଼ିକ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଜିଲା ଛାତ୍ର ଜନତା ସଭାପତି ବିଶ୍ୱଜିତ ପ୍ରଧାନ , କେନ୍ଦ୍ରାପଡ଼ା ଜିଲା ଛାତ୍ର ଜନତା ସଭାପତି ପ୍ରଦୀପ ସାହୁ,ଛାତ୍ର ବିଜେଡ଼ି ରାଜ୍ୟ ଯୁଗ୍ମ ସମ୍ପାଦକ ପରେଶ ମଲିକ୍ , ଜିଲା ସମ୍ପାଦକ ରାଜେସ ଦାସ, , ଛାତ୍ର ନେତା ଶିବ ପ୍ରସାଦ ଦାସ , ଶିବାନୀ କାନ୍ତ ଦାସ,ପ୍ରିୟବ୍ରତ ସ୍ୱାଇଁ. ରାଜେସ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖି ଥିଲେ । ଏଥି ସହିତ ପ୍ରଦୀପ ଦାସ, ସେକ ସାବନ ମହମ୍ମଦ , ଭାସ୍କର ମଲିକ,ମିଲନ ନାୟକ,ସ୍ୱରୁପ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର