Monday , March 27 2023
Breaking News
Home / କୃଷି / ଗୁଆଳିପୁର ଓ ତରିକୁନ୍ଦ ରେ ଧାନ ମଣ୍ଡି ଉଦ୍ଘାଟିତ 

ଗୁଆଳିପୁର ଓ ତରିକୁନ୍ଦ ରେ ଧାନ ମଣ୍ଡି ଉଦ୍ଘାଟିତ 

ତାରପୁର, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅଧିନସ୍ଥ ଗୁଆଳିପୁର ସମବାୟ ସମିତି ପକ୍ଷରୁ ଆଜି ଗୁଆଳିପୁର ଠାରେ ଧାନ ମଣ୍ଡିକୁ ବରିଷ୍ଠ ସମାଜ ସେବୀ ଜ୍ଞାନରଞ୍ଜନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଏଥିରେ ସମବାୟ ସମିତି ନିରିକ୍ଷକ ରାଖାଲ ଚନ୍ଦ୍ର ସାମଲ, ସରପଂଚ ଜାନକୀ ବଲ୍ଲବ ସ୍ୱାଇଁ, ସମ୍ପାଦକ ବିରଂଚି ନାରାୟଣ ମହାନ୍ତି, ସହ ସମ୍ପାଦକ ପ୍ରଭାକର ରାଉତ, ଲିଙ୍ଗରାଜ ସାହୁ, ସର୍ବେଶ୍ୱର ପଟ୍ଟନାୟକ, ନିବାସ ଲେଙ୍କା, ପ୍ରଦୀପ ବାରିକ, ଅଜୟ କୁମାର ପଟ୍ଟନାୟକ, ନଳିନୀକାନ୍ତ  ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ଲକ୍ଷ୍ମୀ ଆଗ୍ରୋ ପ୍ରଡକ୍ସ ମାଲିକ ହରେକୃଷ୍ଣ ସ୍ୱାଇଁ ଉପସ୍ଥିତ ଥିଲେ । ଏହି ମଣ୍ଡିରୁ ଆଜି ୬୦୦କୁଇଂଟାଲ ଧାନ କୁଇଂଟାଲ ପିଛା ୧୮୬୮ଟଙ୍କାରେ ଚାଷୀଙ୍କ ଠାରୁ କିଣାଯିବ ବୋଲି ସମ୍ପାଦକ ମହାନ୍ତି କହିଛନ୍ତି । ସେହିପରି ତରିକୁନ୍ଦ ସେବା ସମବାୟ ସମିତିରେ ଆଜି ଧାନ ମଣ୍ଡି ଉଦ୍ଘାଟିତ ହୋଇଛି ।  ଏହି ଧାନମଣ୍ଡିକୁ ଆରଏମସି ସମ୍ପାଦକ ସ୍ୂର୍ଯ୍ୟକାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏଥିରେ ସମ୍ପାଦକ ସାରଦା ପ୍ରଶାଦ ଦାସ, ସରପଂଚ ଅଭିମନୁ ନାୟକ, ସରପଂଚ ଶୁଭ୍ରାନ୍ତ ସ୍ୱାଇଁ, ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ, ସୁକାନ୍ତ ବେହେରା, ଦିପ୍ତୀରଞ୍ଜନ ଆଚାର୍ଯ୍ୟ, କଲିମ ଉଦିନ ଖାଁ, ଦୟାନିଧି ସେନାପତି, ଦୁର୍ଯୋଧନ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଧାନମଣ୍ଡିରୁ ମହାରାଜା ଆଗ୍ରୋଇଣ୍ଡଷ୍ଟ୍ରି ବରଗଡ ପକ୍ଷରୁ ଧାନ କ୍ରୟ କରାଯିବ ବୋଲି ସମ୍ପାଦକ ଶ୍ରୀ ଦାସ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.