Thursday , March 23 2023
Home / ବିଶେଷ / କ୍ଷେତ୍ରବାସୀ ଏକାଡ଼େମୀର ୧୯୮୩ ମସିହା ବ୍ୟାଚର ବନ୍ଧୁମିଳନ – ଗୋଟିଏ ଦେଉଳ ଗୋଟିଏ ବଉଳ

କ୍ଷେତ୍ରବାସୀ ଏକାଡ଼େମୀର ୧୯୮୩ ମସିହା ବ୍ୟାଚର ବନ୍ଧୁମିଳନ – ଗୋଟିଏ ଦେଉଳ ଗୋଟିଏ ବଉଳ

ନିରାକାରପୁର, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା କାଶୀପୁର ଭୈରବୀ ପୀଠରେ କ୍ଷେତ୍ରବାସୀ ଏକାଡ଼େମୀ ନିରାକାରପୁରର ୧୯୮୩ ମସିହା ଜୁନିୟର ବ୍ୟାଚର ବନ୍ଧୁମାନଙ୍କ ଦ୍ୱାରା ଗୋଟିଏ ଦେଉଳ ଗୋଟିଏ ବଉଳ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ବିଶ୍ୱ ତାପାୟନ ହ୍ରାସ ବହୁଳ ସବୁଜ ବଳୟ ସୃଷ୍ଟି ଦ୍ୱାରା ସମ୍ଭବ ହୋଇପାରିବ । ବଉଳ ବୃକ୍ଷ ଆବଶ୍ୟକତା ଥିବାରୁ ପ୍ରତ୍ୟେକ ପୁରାତନ ମନ୍ଦିରମାନଙ୍କରେ ବଉଳ ବୃକ୍ଷ ଦେଖିବାକୁ ମିଳିଥାଏ । ସେଥିପାଇଁ ସମସ୍ତ ମନ୍ଦିରରେ ଏହି ବୃକ୍ଷରୋପଣ କରିବାକୁ ଆହ୍ୱାନ ଦିଆଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ବିଭୁତି ଭୂଷଣ ଆଚାର୍ଯ୍ୟ ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଏହା ପରେ ବର୍ଷିୟାନ ଗୁରୁ ଦେବେନ୍ଦ୍ର କୁମାର ମହାପାତ୍ର ,ନାରାୟଣ ଧଳ,ଲାଲା ସିମାଂଚଳ ପ୍ରସାଦ ରାୟ, ଦୁର୍ଗା ଚରଣ ପ୍ରସନ୍ନ ଆଚାର୍ଯ୍ୟ ମାନଙ୍କୁ ଗୁରୁପୂଜନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସହସ୍ର ବର୍ଷ ଆୟୁଷ ବୃକ୍ଷ ପ୍ରତ୍ୟେକ ଦେବାଳୟରେ ରୋପଣ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ବନ୍ଧୁମାନେ ଶପଥ ନେଇଥିଲେ । ପ୍ରତ୍ୟେକ ପୁରାତନ ଛାତ୍ର ପରବର୍ତୀ ସମୟରେ ନିଜ ଶିକ୍ଷାନୁଷ୍ଠାନର ବିକାଶ ପାଇଁ କାର୍ଯ୍ୟ କଲେ ଏହା ପ୍ରତ୍ୟକ୍ଷ ସେବା ହେବ ବୋଲି ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ । ଉପସ୍ଥିତ ବନ୍ଧୁମାନଙ୍କ ମଧ୍ୟରେ ମୃତ୍ୟଞ୍ଜୟ ସାହୁ, ପ୍ରାଣେଶ୍ୱର ଜୟସିଂହ, ଦିଲ୍ଲୀପ କୁମାର ମହାପାତ୍ର, ଲଛମନ ନାୟକ,ଅନ୍ମେୟ କୁମାର ମିଶ୍ର,ବିଜୟ କୁମାର ବଳିୟାରସିଂହ,ମାନସୀ ଖାଡ଼ଙ୍ଗା ,ଆର୍ତତ୍ରାଣ ନାୟକ, ସରୋଜ କୁମାର ତ୍ରିପାଠୀ,ପବିତ୍ର କୁମାର ଦାଶ,ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ର,ବସନ୍ତ ସେଠୀ,କମଳ ଲୋଚନ ତ୍ରିପାଠୀ, ପ୍ରଦୀପ ମାନସିଂହ,ନୀହାରବାଳା ମିଶ୍ର, ଭୀମସେନ ବେହେରା, ମମତା ମହାପାତ୍ର, ସତ୍ୟପ୍ରିୟା ଦାସ, ବାସନ୍ତୀ ମହାରଣା, ଉନ୍ମାଦିନୀ ରାଉରାୟ, ଅନୀତା ତ୍ରୀପାଠୀ, ଗୋଲାପ ପ୍ରଧାନ,ଡ଼ଲିରାଣୀ ବେହେରା, ଚନଦ୍ରକାନ୍ତ ପଟ୍ଟନାୟକ, ବିଜୟ କୁମାର ସାମନ୍ତରାୟ,ନକୁଳ ହରିଚନ୍ଦନ, ରାଜକିଶୋର ପ୍ରଧାନ, କାଳନ୍ଦୀ ସାହୁ, ନିରଞ୍ଜନ ଭୋଳ, ଦୋଳଗୋବିନ୍ଦ ପ୍ରଧାନ, ଅଇଁଠା ମାଝି ,ଲିଲି ମହାନ୍ତି,ସଂଯୁକ୍ତା ବେହେରା, ବିରଂଚିନାରାୟଣ ମହାପାତ୍ର, ପ୍ରଭାତ ଦାସ,ବନମାଳୀ ମଙ୍ଗରାଜ,ଲକ୍ଷ୍ମୀଧର ଦାସ,ପ୍ରମୋଦ କର,ବାସୁଦେବ ତ୍ରିପାଠୀ,ଶରତ କୁମାର ସାହୁ, ବିଶ୍ୱମ୍ବର ପାତ୍ର, ରବିନାରାୟଣ ଦାଶ, ସୁଧାଂଶୁ ଶେଖର ଦାଶ ଆଦି ଯୋଗଦେଇଥିଲେ । ଏହି ଅବସରରେ ବଣଭୋଜି ଆୟୋଜନ ସହ ବୃକ୍ଷରୋପଣର କାର୍ଯ୍ୟକ୍ରମ ହୋଇଥିଲା ।ସର୍ବଶେଷରେ ସମାଜସେବୀ ନଳୀନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.