କେନ୍ଦ୍ରାପଡା, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ପଂଚାୟତ କାର୍ଯ୍ୟାଳୟରେ ଆଜି ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ଭୁମିକା ଚକ୍ଷୁ ଚିକିତ୍ସା ତରଫରୁ ଏହି ଶିବିର ଆୟୋଜନ କରାଯାଇଥିଲା । ଏଥବରେ ମୋଟ ୪୮ ଜଣ ଚନ୍ଧୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କର ମୋତିଆ ବିନ୍ଦୁ ହୋଇଥିବା ଜଣାପଡ଼ିଥିଲା । ୫ ଜଣଙ୍କର ମୋତିଆବିନ୍ଦୁ ଅପରେସନ୍ ପାଇଁ ନିଆଯାଇଥିଲା । ଅନ୍ୟ ୧୮ ଜଣଙ୍କର ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବୀମା କାର୍ଡ଼ ନଥିବାରୁ ତହସିଲ ରୁ ଆୟ ସାର୍ଟିଫିକେଟ ବାହାର କରାଯିବା ପରେ ଆସନ୍ତା ୧୯ ରେ ସେମାନଙ୍କୁ ଅପରେସନ୍ ପାଇଁ ନିଆଯିବାକୁ ସ୍ଥିର କରାଯାଇଥିଲା । ସମସ୍ତଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ଯୋଗାଇଦେବା ବ୍ୟବସ୍ଥା ହୋଇଥିଲା । ଓଡ଼ିଶା ସମାଚାର