ଭୁବନ ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ଭୁବନ ର ସର୍ବପୁରାତନ କଳା ସଂସ୍କୃତି କେନ୍ଦ୍ର ମୀରାବାଇ କଳା ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ତଥା ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାର,ନାଟ୍ୟ ନିର୍ଦ୍ଧେଶକ ଓ ପ୍ରଯୋଜକ ଭଗବାନ ଗୁରୁ ଢେଙ୍କାନାଳ ଜିଲ୍ଲାରୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ର ଏକମାତ୍ର ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ଶ୍ରୀଯୁକ୍ତ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭୁବନ କଳା ପରିଷଦ ର ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱ ଓ ସମ୍ପାଦକ ଗୁରୁ ପ୍ରସାଦ ମିଶ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ପୂର୍ବତନ ପୌରାଧ୍ୟକ୍ଷା ଶ୍ରୀମତି ସରୋଜ ନଳିନୀ ସାହୁ ଙ୍କ ସମେତ ନରେନ୍ଦ୍ର କୁମାର ସାହୁ,ଲଳିତ କୁମାର ବେହେରା,ଚିତ୍ରଶିଳ୍ପୀ ନାରାୟଣ ସାହୁ,ତୁଷାରକାନ୍ତି ମିଶ୍ର,ସୁରେନ୍ଦ୍ର କୁମାର ପୃଷ୍ଟି,ଦୁଃଶାସନ ପୋଥାଳ,ଲଳିତା ନାୟକ,ଶାନ୍ତିଲତା ଗୁରୁ,କୁନା ସାହୁ,ପ୍ରଫୁଲ୍ଲ ସାହୁ,କୈଳାସ ଚନ୍ଦ୍ର ପୃଷ୍ଟି,ହୃଷିକେଶ ନାୟକ,ରିତେଶ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଗୁରୁ ଙ୍କ କର୍ମମୟ ଜୀବନୀ ସଂପର୍କରେ ଆଲୋକପାତ କରିବା ସହ ଉତରୋତର ଉନ୍ନତି କାମନା କରିଥିଲେ । ଶେଷରେ ଶ୍ରୀ ଗୁରୁ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବର୍ଦ୍ଧିତ କରାଯାଇଥିଲା ଓ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା । ମୀରାବାଇ କଳା ବିକାଶ କେନ୍ଦ୍ର ଓ ଭୁବନ କଳା ପରିଷଦ ତରଫରୁ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଧେଶକ ରଞ୍ଜନ କୁମାର ଦାଶ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଓଡ଼ିଶା ସମାଚାର