ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବାର୍ତାକୁ ଘରେ ଘରେ ପହଁଚାଇବାପାଇଁ ଆହ୍ୱାନ
ଅନୁଗୁଳ, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣି ଖଦାନ ଅଂଚଳ ଅନୁଗୁଳ ତଥା ତାଳଚେରର ବିକାଶ ପାଇଁ ଡିଏମଏଫ ଫଣ୍ଡ୍ ସମେତ କୋଇଲା ଉତ୍ପାଦନକୁ ବଢ଼ାଇବା ପାଇଁ ଅନେକ ଯୋଜନା କରିଛନ୍ତି । ଆଗାମୀ ଦିନ ମାନଙ୍କରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାକୁ ସମୃଦ୍ଧ ଅଂଚଳ କରାଯିବ ବୋଲି ରବିବାର ଅନୁଗୁଳ ଜିଲ୍ଲାରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ଅନେକ ଲୋକଙ୍କୁ ଦଳରେ ସ୍ୱାଗତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ମିଶ୍ରଣପର୍ବରେ ଶ୍ରୀ ପ୍ରଧାନ ଅନୁଗୁଳ, ଛେଣ୍ଡିପଦା, ପାଲଲହଡ଼ା, ତାଳଚେରର ଅନେକ କଂଗ୍ରେସ, ବିଜେଡ଼ି, ବିଏସପିର ଶତାଧିକକର୍ମୀତଥା ଅନେକ ଯୁବକ ମାନଙ୍କୁ ଦଳରେ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଳରେ ସମସ୍ତଙ୍କ ଯୋଗଦାନ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ସହ ଓଡ଼ିଶାରେ ଦଳୀୟ ସଂଗଠନକୁ ମଜବୁତ୍ କରିବ ।ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ବିକାଶ ପାଇଁ ପୂର୍ବଦୋୟର ଯୋଜନା ଆରମ୍ଭ କରିଥିବା ବେଳେଓଡ଼ିଶାକୁ ସମୃଦ୍ଧଶାଳୀ କରିବା ପାଇଁ ପଡ଼ିବ ।
ଏହାସହଅନୁଗୁଳ ତଥା ତାଳଚେରବାସୀଙ୍କ ସମ୍ପନ୍ନ ପାଇଁ ଉଦ୍ୟମ କରିବାକୁ ପଡ଼ିବ । ଅନୁଗୁଳ ତଥା ତାଳଚେରରେ ଯୁବକଙ୍କ ରୋଜଗାର ଓ ସ୍ୱରୋଜଗାରକୁ ବଢ଼ାଇବା ପାଇଁ ଉଦ୍ୟମ କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲା ଓଡ଼ିଶା ଅର୍ଥନୀତିର ପେଣ୍ଠସ୍ଥଳି ହେବ ବୋଲି ସେ କହିଛନ୍ତି ।ଅନୁଗୁଳରେ ବିଜେପିର ହାତମୁଠାକୁ ଅଧିକ ଟାଣ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବାର୍ତାକୁ ଘରେ ଘରେ ପହଁଚାଇବା ସମେତ କାର୍ଯ୍ୟକର୍ତାମାନେ ସାମାଜିକ ଓ ଲୋକଙ୍କ ସମସ୍ୟାକୁ ଉଠାଇବା ଦରକାର । ଓଡ଼ିଶା ସମାଚାର