Sunday , April 2 2023
Breaking News
Home / ବିଶେଷ / ୪୨ ମୌଜ଼ାରେ ରାଜମିସ୍ତ୍ରୀ ମାନଙ୍କର ବଂଧୁ ମିଳନ

୪୨ ମୌଜ଼ାରେ ରାଜମିସ୍ତ୍ରୀ ମାନଙ୍କର ବଂଧୁ ମିଳନ

କଟକ, ୧୦/୦୧/୨୦୨୧ (ଓଡ଼ିଶା ସମାଚାର)-କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ଦେଉଳିଗ୍ରାମରେ ବୟାଳିଶମୌଜ଼ା ଅଞ୍ଚଳର ସମସ୍ତ ରାଜମିସ୍ତ୍ରୀ ମାନଙ୍କର ବଂଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ୟ୍ୟକ୍ରମରେ ମା’ଦୁର୍ଗା ଟ୍ରେଡ଼ସ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ମହେନ୍ଦ୍ର କୁମାର ମୁଦୁଲି ରାଜମିସ୍ତ୍ରୀ ମାନଙ୍କୁ ବ୍ୟାଗ ବଣ୍ଟନ କରିଥିଲେ ! ନାରାୟଣ ମୁଦୁଲିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବଂଧୁ ମିଳନ ଉତ୍ସବରେ ଅମୂଲ୍ୟ ବାରିକ,ଭିକାରୀ ବେହେରା,କରିମ ବେଗ,ରଞ୍ଜନ ଭୋଇ,ଅନୁ ବେଗ,ବିକ୍ରମ ନାୟକ,ନୀଳମଣି ନାୟକ ପ୍ରମୁଖ ଉପସ୍ଥିତଥିଲେ । ମନୋଜ୍ଞ ପରିବେଶ ମଧ୍ୟରେ ଏହି ବଂଧୁ ମିଳିବକୁ ସମସ୍ତଙ୍କର ସଦୟ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରିଥିବାରୁ ଗୌରବ ମହାନ୍ତି ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.