ରଘୁନାଥପୁର ୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ବିଜେପିର ମିଥ୍ୟା ଆରୋପ ଓ କୁଶପୁତଳିକା ଦାହକୁ ରଘୁନାଥପୁର ଆଂଚଳିକ ବଣିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଏଥି ଉପଲକ୍ଷେ ସ୍ଥାନୀୟ ମଦନ ମୋହନ ମଠରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବଣିକ ସଂଘ କମିଟିର ସମ୍ପାଦକ ଅଭୟ କୁମାର ମହାନ୍ତି, ପ୍ରଭାକର ଖଟୁଆ, ସନାତନ ମଣ୍ଡଳ, କୁଷ୍ଣ ଚନ୍ଦ୍ର ଜେନା, ସୁକାନ୍ତ ମାଦେଳି, ରଞ୍ଜନ କୁମାର ମଣ୍ଡଳ, ଗୋପାଳ ବାରିକ, ସୁମନ୍ତ ସ୍ୱାଇଁ, ରାମଚନ୍ଦ୍ର ରାଉତ, ପ୍ରଶାନ୍ତ ସାହୁ, କୃତିବାଷ ମାହାପାତ୍ର, ବିଜୟ ଦାଶ, ରାମଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ମିଥ୍ୟା ଆରୋପକୁ ତୀବ୍ର ନିନ୍ଦା କରିଥିଲେ । ଓଡ଼ିଶା ସମାଚାର