Saturday , April 1 2023
Breaking News
Home / ବିଶେଷ / ନିରପେକ୍ଷ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ ଏସୟୁଜେ ଜିଲ୍ଲା କାର୍ଯ୍ୟକାରିଣୀରେ ନିଷ୍ପତି

ନିରପେକ୍ଷ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ ଏସୟୁଜେ ଜିଲ୍ଲା କାର୍ଯ୍ୟକାରିଣୀରେ ନିଷ୍ପତି

 ନିଶ୍ଚିନ୍ତକୋଇଲି,୧୦/୦୧/୨୦୦୧(ଓଡିଶା ସମାଚାର/ଅଭୟ ଜେନା) ସାମ୍ବାଦିକତାର ଗାରିମା ଏବଂ ନିରପେକ୍ଷତା ବଜାୟ ରଖିବାପାଇଁ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ କଟକ ଜିଲ୍ଲା ସଂଘର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ ।  ଦାଉଦପୁର ପଞ୍ଚାୟତ ମା’ ବୁଢୀ ଜାଗୁଳେଇ ପୀଠରେ ଜିଲ୍ଲା ସଭାପତି ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସାମ୍ବାଦିକ ବିନୟ କୁମାର ଦାଶ, ସମ୍ମାନିତ ଅତିଥିଭାବେ ଆତ୍ମାର ଅଧ୍ୟକ୍ଷ ହିମାଂଶୁ ଶେଖର ମହାନ୍ତି, ଜିଲାପରିଷଦ ସଭ୍ୟା ଗୀତାଞ୍ଜଳି ପଣ୍ଡା,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ମହାପାତ୍ର, ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ, ପ୍ରାକ୍ତନ ସରପଞ୍ଚ ଦିବାକର ସାହୁ,ସାମ୍ବାଦିକ ସୁରେନ୍ଦ୍ର ରାଉତ, ଶିକ୍ଷାବିତ ଦୀନବନ୍ଧୁ ସାହୁ ଯୋଗଦେଇଥିଲେ  ।  ଜିଲ୍ଲା ସଂଘର ସାଧାରଣ ସଂପାଦକ ପ୍ରତାପ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠକରିଥିଲେ  । କାର୍ଯ୍ୟକାରିଣୀ ସଦସ୍ୟ ଅଭୟ  ଜେନା ଏବଂ ରତ୍ନାକର ବାରିକ ସଂଘର ଆଭିମୁଖ୍ୟ ଏବଂ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ  ।  କରୋନା ଯୋଦ୍ଧା ଭାବେ ଦଶ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  ।

ଏହି କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ପଚାଶରୁ ଉର୍ଦ୍ଧ୍ଵ ସାମ୍ବାଦିକ ଯୋଗଦେଇଥିଲେ  ।  ବରିଷ୍ଠ ସାମ୍ବାଦିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଲଳିତ ଦାଶ, ବିଜୟ ଜେନା, ଧୀରେନ୍ଦ୍ର ସାହୁ, ରଶ୍ମି ରଞ୍ଜନ ମହାନ୍ତି, ଯଯାତି ସିଂ, ଅଜୟ ଦାସ, ମାଧବାନନ୍ଦ ପାତ୍ର, କ୍ଷୀରୋଦ ଷଢଙ୍ଗୀ, ପ୍ରକାଶ ରାଉଳ, ମୀନକେତନ ଦାସ, ରମେଶ ଜେନା, ରଂଜିତ ମଲ୍ଲିକ, ତୁଷାର ନାୟକ, ସୁରେଶ ବଳ, ଅକ୍ଷୟ ଦାଶ, ସରୋଜ ଦାସ, ସଂଯୁକ୍ତା ସାହୁ, କିରଣ  ଶଙ୍କର ନାୟକ, ସ୍ୱଦେଶ ଜେନା, ଦିବାକର ରାଉତ, ଉମା ଶଙ୍କର ସାହୁ, ବିଜୟାନନ୍ଦ ମଲ୍ଲିକ, ଗୋବିନ୍ଦ ଚନ୍ଦ୍ର ଦାସ, ମହେଶ୍ୱର ବେହେରା ପ୍ରମୁଖ ଉତ୍ସବରେ ଯୋଗଦେଇଥିଲେ  ।

ସମସ୍ତ କରୋନା ଯୋଦ୍ଧା ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ କରାଯାଇଥିଲା  ।  ଆସନ୍ତା ମାର୍ଚ୍ଚ ମାସରେ ଜିଲ୍ଲା ସଂଘର ବାର୍ଷିକ ଉତ୍ସବ ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା ।  ସଂଘରେ ବହୁ ନୂତନ ସଦସ୍ୟ ଯୋଗଦେଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଓଡ଼ିଶା ସମାଚାର

Leave a Reply

Your email address will not be published.