Saturday , March 25 2023
Breaking News
Home / ତାଜା ଖବର / ନିମାଣାଧିନ ବିଜୁ ସେତୁ ଭୁଶୁଡିପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ , ୪ ଜଣ ଶ୍ରମିକ ଗୁରୁତର ଆହତ

ନିମାଣାଧିନ ବିଜୁ ସେତୁ ଭୁଶୁଡିପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ , ୪ ଜଣ ଶ୍ରମିକ ଗୁରୁତର ଆହତ

ନବରଙ୍ଗପୁର୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ଉମରକୋଟ ଥାନା ବଡ କୁମାରୀ ପଞ୍ଚାୟତ ଅନ୍ତର୍ଗତ ତାଲାପଦର ଗାଁରେ ନିମାଣାଧିନ ବିଜୁ ସେତୁ ର ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ସ୍ଲାବ୍ ଭୁଶୁଡିପଡ଼ିବାରୁ ଜଣେ ଶ୍ରମିକ ସ୍ଲାବ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବାବେଳେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମୃତ ଶ୍ରମିକ ଜଣକ ରାଇଘର ଅଞ୍ଚଳର ମହେନ୍ଦ୍ର ମାଳି ବୋଲି ଜଣାପଡ଼ିଛି। ଭାଙ୍ଗି ପଡିଥିବା ସ୍ଲାବ୍ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଚାପି ହୋଇ ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉମରକୋଟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ୟ୍ୟରେ ବାଧା ସୃଷ୍ଟି ହେଉଛି। ଗୁରୁତରମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ବେହେଡାପାରା ଗ୍ରାମର ପ୍ରକାଶ ଭୋଇ, ରମେଶ ଭୋଇ,ଓ ପୁରୀ ଜିଲ୍ଲା ପାତ୍ରପାରା ଗ୍ରାମର ସନ୍ତୋଷ ଭୋଇ ବୋଲି ଜଣାପଡିଛି। ଆହତ ମାନଙ୍କୁ ହସପିଟାଲ ରେ ଭର୍ତି କରାଯାଇଛି ।
ଅନ୍ୟ ପକ୍ଷରେ ଏହି ଅଘଟଣ ପାଇଁ ଦାୟୀ ଠିକାଦାର ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସୁନାବେଡା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଉଦ୍ଧାର କାର୍ୟ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ଇଞ୍ଜିନିୟର ଇନ୍ ଚିଫ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ । ଓଡ଼ିଶା ସମାଚାର

Leave a Reply

Your email address will not be published.