ରଘୁନାଥପୁର ୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅଂଚଳର ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତିଙ୍କର ହୃଦ ଘାତରେ ପରଲୋକ ରେ ଏ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ରଘୁନାଥପୁର ପଂଚାୟତ ପଣ୍ଡୁଆ ଗ୍ରାମର ପରିକ୍ଷୀତ ମହାନ୍ତି(୭୯) ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ରଘୁନାଥପୁର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିକ୍ଷିତ ଜଣେ ପରୋପକାରୀ, ସମାଜ ସେବି, ଧର୍ମପରାୟଣ, କର୍ତବ୍ୟ ପରାୟଣ ବ୍ୟକ୍ତି ଭାବେ ଅଂଚଳରେ ଜଣାଶୁଣା ବ୍ୟକ୍ତି । ବଡପୁଅ ପ୍ରକାଶ ମହାନ୍ତି, ସାନପୁଅ ବିକାଶ ମହାନ୍ତି, ସମସ୍ତ ବନ୍ଧୁ ଓ ପରିବାର ଲୋକେ ଉପସ୍ଥିତ ଥିଲେ । ବିଳମ୍ବିତ ରାତିରେ ମୃତୁ୍ୟବରଣ କରିଥିବାରୁ ସ୍ୱର୍ଗତ ପରକ୍ଷିତଙ୍କୁ ନିଜଗ୍ରାମ ଶ୍ମଶାନରେ ଶବ ସତ୍କାର କରାଯାଇଥିବା ବେଳେ ବଡପୁଅ ପ୍ରକାଶ ମହାନ୍ତି ମୁଖାଗ୍ନି ଦେଇଥିଲେ । ସାନ ପୁଆ ସମାଜ ସେବୀ ବିକାଶ ମହାନ୍ତି ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ସରପଂଚ ପ୍ରମୋଦ କୁମାର ଜେନା, ଇଲା ମହାନ୍ତି, ବାବା ବଂଶୀଧର ମହାରାଜ, କାହ୍ନା ମଣ୍ଡଳ, ସୁବାଷ ଦାସ, ପ୍ରଫୁଲ ମହାନ୍ତି ପ୍ରମୁଖ ପହଂଚି ଶୋକ ପ୍ରକାଶ କରିବ ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଓଡ଼ିଶା ସମାଚାର
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …