ତାରପୁର , ୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ଜିଲ୍ଲା ଦାରୁ ସଂକୀର୍ତନ ମଣ୍ଡଳୀ ସଂଘ ଓ ନିରାଶ୍ରୟର ଆଶା ଅନୁଷ୍ଠାନ ପକ୍ଷରୁ ଆଜି ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ଗ୍ରାମ ପଂଚାୟତର ବସନ୍ତା ଗ୍ରାମରେ ଶତାଧିକ ଅସହାୟ ବୃଦ୍ଧ, ବୃଦ୍ଧା ଏବଂ ସଂକୀର୍ତନ ମଣ୍ଡଳୀର କଳାକାର ମାନଙ୍କୁ କମ୍ବଳ ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂକୀର୍ତନ ମଣ୍ଡଳୀ ସଂଘ ସଂପାଦକ ପ୍ରିୟ ରଞ୍ଜନ ସାହାଣୀ ପୌରହିତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଦିଲ୍ଲିପ କୁମାର ରଥ, ସମ୍ମାନୀତ ଅତିଥି ଭାବେ ବ୍ଲକର ପୂର୍ବନ ଅଧ୍ୟକ୍ଷ ରଜତ କୁମାର ପାତ୍ର, ଇଂ ବାବଜୀ ଚରଣ ଜେନା, ବିଜୟ କୁମାର ସ୍ୱାଇଁ, ସମାଜ ସେବୀ ପାର୍ଥସଖା ପାଲଟାସିଂ, ଶୁଭଙ୍କର ଜେନା ପ୍ରମୁଖ ଯୋଗଦେଇ ମାନବ ସେବାହିଁ ମାଧବ ସେବା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ବିଜୟକୁମାର ସାହୁ, ମାନସ ଦାଶ, ବସନ୍ତ କୁମାର ଦାସ, ଶୁଦର୍ସନ ମହାନ୍ତି, ଜୋର୍ତମୟି ଜେନା, ସନ୍ତୋଷ ସାହୁ, ନାରାୟଣ ନାୟକ, ବିପିନ କୁମାର ନାୟକ, ଶମ୍ଭୁନାଥ ଜେନା, ଜଗବନ୍ଧୁ ମଲ୍ଲିକ, ପ୍ରଦୀପ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର