ଭୁବନେଶ୍ୱର, ୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ମତ୍ସ୍ୟ, ପଶୁ ଓ ଗୋପାଳନ, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ଗବେଷଣା ପ୍ରତିଷ୍ଠାନ (ସିଫା) ରେ ଜଳକୃଷି ଉପରେ କାର୍ଯ୍ୟକରୀ ହେଉଥିବା ଗବେଷଣାତ୍ମକ କାର୍ଯ୍ୟଗୁଡ଼ିକର ସମୀକ୍ଷା ଗତ ୯ ତାରିଖ ଦିନ କରିଥିଲେ । ପରିବେଶ ର ସୁରକ୍ଷାକୁ ଆଖି ଆଗରେରଖି ଉତମ ଉତ୍ପାଦନ ଗବେଷଣାରେ ସଫଳତା ପ୍ରାପ୍ତି ହାସଲ କରିବା ପାଇଁ ପୋଷଣୀୟ ପ୍ରଯୁକ୍ତିବିଦ୍ୟା କୌଶଳର ବିକାଶ ପାଇଁ ଶ୍ରୀଷଡ଼ଙ୍ଗୀ ଗୁରୁତ୍ୱ ଦେଇଥିଲେ । ପରୀକ୍ଷିତ ଜଳକୃଷିର ପ୍ରଯୁକ୍ତି କୌଶଳ କୃଷକ ମାନଙ୍କ ନିକଟରେ ଖୁବ୍ଶୀଘ୍ର ପହଂଚାଇବାକୁ ସିଫା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଶ୍ରୀ ଷଡ଼ଙ୍ଗୀ ବୈଜ୍ଞାନିକ ମାନଙ୍କ ସହ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଗ୍ରାମାଂଚଳର ବେକାର ଯୁବକ ଯୁବତୀ ମାନଙ୍କୁ ଜଳକୃଷି ପ୍ରତି ଅଗ୍ରାହୀନ୍ୱିତ କରି ସେମାନଙ୍କୁ ସ୍ୱାବଲମ୍ବୀ କରାଇବାପାଇଁ ସ୍ୱତନ୍ତ୍ର ଟେକ୍ନୋଲୋଜି ପ୍ୟାକେଜ୍ ର ବିକାଶ କରିବା ପାଇଁ ସେ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସିଫାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗବେଷଣାର କାର୍ଯ୍ୟସ୍ଥଳ ଯଥା; ବାୟୋଫ୍ଲକ୍, ଟିଲାପିଆ ଚାଷ, ଜୟନ୍ତୀରୋହି, ଚିଙ୍ଗୁଡ଼ି, କାର୍ପ, ମାଇନର କାର୍ପ, ଆକ୍ୱାପୋନିକ୍ସ୍, ଶେଉଳ, ରଙ୍ଗୀନ ମାଛ ୟୁନିଟ୍, ମାଛଖାଦ୍ୟ ପ୍ରସ୍ତୁତି କାରଖାନା, କୃଷିବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିବା ସହ ଆର.ଏ. ସିଷ୍ଟମ୍ ରେ ଶେଉଳ ମାଛଚାଷ ୟୁନିଟ୍ ର ଉଦ୍ଘାଟନ୍ କରିଥିଲେ । ଏଥି ନିମନ୍ତେ ଆୟୋଜିତ ସଭାରେ ସେ ଯୋଗଦାନ କରି ସିଫାର କର୍ମଚାରୀମାନଙ୍କୁ ସମ୍ବୋଧନ କରିଥିଲେ ଓ କୃଷକମାନଙ୍କ ଜ୍ଞାନବୃଦ୍ଧି ନିମନ୍ତେ ଓଡ଼ିଆରେ ପ୍ରକାଶିତ ୧୬ଗୋଟି ଲୋକପ୍ରିୟ ଜଳକୃଷି ପତି୍ରକା, ଗୋଟିଏ ଇ-ବୁକଲେଟ୍ ଓ ‘ଆକ୍ସେନେବୁଲ୍ଷ୍ଟ୍ରାଟେଜି ଫରଇନ୍କି୍ରଜିଂ ଦି ଫ୍ରେସ୍ ୱାଟର ଆକ୍ୱାକଲଚର୍ ପ୍ରଡ଼କସନ୍ ଇନ ଇଣ୍ଡିଆ’ ପୁସ୍ତକ ଉନ୍ମୋଚନ କରିଥିଲେ ।କେନ୍ଦ୍ରମନ୍ତ୍ରୀଙ୍କର ପ୍ରଶ୍ନୋତର କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଓଡ଼ିଶାର ସମସ୍ତ କୃଷିବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ରେ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ବିଭାଗର ଯୁଗ୍ମସଚୀବ ଶ୍ରୀ ସାଗର ମେହେରା, ଡ଼ଃ ଜେ.ବାଲାଜି (ସାମୁଦି୍ରକ ମତ୍ସ୍ୟ ଚାଷ) ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ମୁଖ୍ୟକାର୍ଯ୍ୟ ନିର୍ବାହୀ ଡ଼ଃ ସି.ସୁବର୍ଣ୍ଣାଓୟୁଏଟି ର କୁଳପତି, ଡ଼ଃ ପି.କେ ଅଗ୍ରୱାଲା ମତ୍ସ୍ୟ ପଶୁସଂପଦ କମିଶନର ଶ୍ରୀ ଆର ରଘୁ ପ୍ରସାଦ ଯୋଗଦାନ କରି ସିଫାର ଗବେଷଣାତ୍ମକ କାର୍ଯ୍ୟାବଳୀର ଭୁୟସୀ ପ୍ରଶଂସା କରିଥିଲେ ।ସିଫାର ନିର୍ଦ୍ଧେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିବାସହ ସିଫାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିଶଦ୍ ବିବରଣୀ ପ୍ରଦାନ କରିକହିଥିଲେ ଯେ, କରୋନାଭଳି ବିଶ୍ୱମହାମାରୀ ସମୟରେ ବି ସିଫା ହ୍ୱାଟସ୍ ଅପ୍ ଓ ଅନ୍ଲାଇନ୍ ଟ୍ରେନିଂ ମାଧ୍ୟମରେ କୃଷକମାନଙ୍କ ନିକଟତର ହୋଇଛି । ବର୍ତମାନ ସୁଦ୍ଧା ୨୩ଟି ଭର୍ଚୁଆଲ ୍ଟ୍ରେନିଂ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ମତ୍ସ୍ୟ ସଂପଦ ଯୋଜନା ର ସଫଳ ରୁପାୟନ ପାଇଁ ସିଫା ସର୍ବଦା ଚେଷ୍ଟିତ ବୋଲି ଡ଼ଃସ୍ୱାଇଁ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଡ଼ଃ ବି.ସି. ମହାପାତ୍ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର