ଜଗତସିଂହପୁର ,୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ଜଗତସିଂହପୁର ବନ ଖଣ୍ଡ ଅଧିକାରୀ ବଳରାମ ସାହୁ ଚୋରା ଶାଗୁଆନ କାଠ ସହ ପିକ୍ଅପ ଭ୍ୟାନ କୁ ଯବତ କରିଛନ୍ତି । ଘଟଣାରୁ ପ୍ରକାଶ, କିଶନନଗର ନିକଟସ୍ଥ ଶଗଡିରୁ ଏକ ପିକ୍ଅପ ଭ୍ୟାନ ନଂ ଓଡି୨୧ଜେ୨୩୯୪ନଂରେ ୬୮ ସ୍କୋଆର ଫୁଟ୍ ଶାଗୁଆନ କାଠ ବୋଝାଇକରି ଗତକାଲି ସନ୍ଧ୍ୟାରେ ନାନପୁର ଦେଇ ଅଣଖିଆ ଯାଉଥିବା ସମୟରେ ଖବର ପାଇ ଜଗତସିଂହପୁର ଫରେଷ୍ଟ ରେଞ୍ଜର ଶ୍ରୀ ସାହୁ ସଦଳବଳେ ନାନପୁର ଅଢଙ୍ଗ ଲେବୁଲ କ୍ରସିଗଂ ନିକଟରେ ତାକୁ ଜବତ କରିଥିଲେ । ଡ୍ରାଇଭର ଭ୍ୟାନରୁ ଡେଁଇପଡି ଫେରାର ହୋଇଯାଇଥିଲା । ଜବତ ଶାଗୁଆନ କାଠ ଓ ଭ୍ୟାନଟିକୁ ରେଞ୍ଜ ଅଫିସରେ ରଖାଯାଇ ଏ ସମ୍ପର୍କରେ କେସ୍ ନଂ ଉଡି୫/ଜେଏସପି/୨୦୨୧ ରୁଜୁ କରି ତଦନ୍ତ ଚଳାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ଶୁକାନ୍ତ ବେହେରା, ଫରେଷ୍ଟର ରାଜେନ୍ଦ୍ର ସାମନ୍ତରାୟ, ଫରେଷ୍ଟର ବାନାମ୍ବର ବିଶ୍ୱାଳ, ପାରାଷ୍ଟାଫ ରାକେଶ କୁମାର ପାଲ, ସରୋଜ କୁମାର ନାଥ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର