ନିରାକାରପୁର, ୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡା ଚମ୍ପାଝର ଗ୍ରାମର ଶିବ କୁମାର ସୁବୁଦ୍ଧିଙ୍କ ବାରିପଟୁ ରବିବାର ଦିନ ଏକ ୫ଫୁଟର ବିରଳ ନାଗସାପ ଉଦ୍ଧାର ହୋଇଛି । ତେବେ ଉଦ୍ଧାର ହୋଇଥିବା ପରିବାରଙ୍କ ଠାରୁ ସୂଚନା ଯେ ବାରିପଟେ କିଛି ରବି ଫସଲ ଲାଗିଥିବାରୁ ଗାଈ ଗୋରୁଙ୍କ ଯୋଗୁଁ କିଛି ଜାଲ ଲଗାଯାଇଥିଲା । ଧରା ହୋଇଥିବା ସାପଟି କୁଆଡୁ ଆସି ସେ ଜାଲ ମଧ୍ୟରେ ଛନ୍ଦିହୋଇ ପଡିଥଲା । ଶିବଙ୍କ ବାପା ବାରିପଟକୁ ଗଲାବେଳେ ଜାଲରେ ପଡିଥିବା ଏହି ସାପଟିକୁ ଦେଖି ସ୍ନେକ୍ ହେଲପ ଲାଇନର ସଦସ୍ୟ ବସନ୍ତ ବେହେରାଙ୍କୁ ଖବର ଦେବାରେ ବେହେରା ଘଟଣା ସ୍ଥଳରେ ପହଁଚି ଛନ୍ଦି ହୋଇଥିବା ଜାଲରୁ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛଡିଥିଲେ ବୋଲି ଶିବ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର