Thursday , March 23 2023
Home / ବିଶେଷ / ଅସହାୟ ବୃଦ୍ଧଙ୍କ ଅନ୍ତେଷ୍ଟି କଲା ମହିମା ସେବା ଫାଉଣ୍ଡେସନ୍

ଅସହାୟ ବୃଦ୍ଧଙ୍କ ଅନ୍ତେଷ୍ଟି କଲା ମହିମା ସେବା ଫାଉଣ୍ଡେସନ୍

ଖୋର୍ଦ୍ଧା, ୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ନୟାପଲ୍ଲୀ ଗ୍ରାମରେ ଏକ ଅସହାୟ, ଗରିବ ବୃଦ୍ଧଙ୍କ ମୃତୁ୍ୟ ହୋଇଥିବା ଖବର ପାଇ ମହିମା ସେବା ଫାଉଣ୍ଡେସନ୍ର ମୁଖ୍ୟ ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଂଟିିଆ ବୃଦ୍ଧଙ୍କ ଅନ୍ତେଷ୍ଟି କାର୍ଯ୍ୟ କରିବା ପାଇଁ ଅନ୍ଟା ଭିଡ଼ିଥିଲେ । ନିଜ ଉଦ୍ୟମରେ କିଛି ଅର୍ଥ ସଂଗ୍ରହ ଓ ଆଉ କିଛି ଅର୍ଥ ସାହାଯ୍ୟ ଯୋଗାଡ଼ କରି ବିଧି ମୁତାବକ ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ । ଉକ୍ତ ସେବାମୂଳକ କାର୍ଯ୍ୟ ପାଇଁ ସମସ୍ତେ ପ୍ରଶଂସା କରିବା ସହିତ ଅନୁଷ୍ଠାନର ସଭ୍ୟ ସୁଦର୍ଶନ ନାୟକ, ଉମେଶ ଚନ୍ଦ୍ର ନାୟକ, ପ୍ରଦୀପ କୁମାର ବାରିକ, ଚିତରଞ୍ଜନ ଖୁଂଟିଆ, ସନ୍ତୋଷ କୁମାର ନାୟକ ସାହାଯ୍ୟ ଓ ସହଯୋଗର ହସ୍ତ ବଢ଼ାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ମହିମା ସେବା ଫାଉଣ୍ଡେସନ୍ ପକ୍ଷରୁ କ୍ରମାଗତ ଭାବରେ ସମ୍ପନ୍ନ ହୋଇଆସୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.