Monday , March 20 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଅନ୍ଧବର ସାଂସ୍କୃତିକ ପରିଷଦ ବୈଠକ 

ଅନ୍ଧବର ସାଂସ୍କୃତିକ ପରିଷଦ ବୈଠକ 

ଗରଦପୁର, ୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାରୀସ୍ଥିତ ପର୍ଯ୍ୟଟନ କ୍ଷେତ୍ର ଅନ୍ଧବର ପିଠରେ ଆଜି ଅନ୍ଧବର ସାଂସ୍କୃତିକ ପରିଷଦ ର  ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଗୟାଧର ପ୍ରଧାନ ସଭାପତିତ୍ୱ କରିଥିବାବେଳେ ବୈଠକରେ ପରିଷଦର ସଦସ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଶେଷକରି ଚଳିତ ବର୍ଷ ପାଇଁ ସାଂସ୍କୃତିକ ପରିଷଦର ନୂତନ କର୍ମକର୍ତା ମନୋନୟନ କରାଯାଇଥିଲା । ବତଶିଷ୍ଟ ସମାଜସେବୀ ତଥା ଅଧ୍ୟାପକ ଅଜୟ ରାଉତଙ୍କୁ ଚଳିତ ବର୍ଷ ପାଇଁ ପରିଦେର ସଭାପତି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ସେହିପରି ପରିଷଦର ସମ୍ପାଦକ ଭାବେ  ଗୌରାଙ୍ଗ ପରିଜା ଓ ସଦସ୍ୟ ଭାବେ ପଙ୍କଜ ସାମଲ, ପୂର୍ବତନ ସରପଂଚ ଅଶୋକ ଜେନା, ଗୋଲକ ସ୍ୱାଇଁ, ଉତମ ଚରଣ ପରିଡ଼ା, ଅରୁଣ କୁମାର ସାମଲ,ଦିବାକର ସ୍ୱାଇଁ ପ୍ରମୁଖଙ୍କୁ ମେନାନୀତ କରାଯାଇଥିଲା । ଉଲେଖନୀୟ ଏହିକି ପ୍ରତିବର୍ଷ ଅଗ୍ନୀ ଉତ୍ସବ ଦିନ ଠାରୁ  ସପ୍ତାହ ବ୍ୟାପୀ ପ୍ରସିଦ୍ଧ ଅନ୍ଧବର ମେଳା ଅନୁଷ୍ଠିତ ହୋଇଥାଏ । ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦିବାରାତି ଅପେରା ପରିବେଷଣ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ ।  ମେଳାରେ ପ୍ରବଳ ଜନଗହଳି ସହିତ ଦେଢ଼ଶହ ରୁ ଅଧିକ ଉଠା ଦୋକାନ ଲାଗିଥାଏ ।   ଓଡ଼ିଶା ସମାଚାର

Leave a Reply

Your email address will not be published.