ନିରାକାରପୁର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଶୁକ୍ରବାରଠାରୁ ସରକାରଙ୍କ ଗାଇଡ଼ ଲାଇନ ଅନୁପାଳନ କରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠ ପଢା ଆରମ୍ଭ ହୋଇଥିବାବେଳେ ଭୟ ଓ ଆଶଙ୍କାରେ ଉପସ୍ଥାନ କମ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଖୋଲିଥିବାବେଳେ ଟାଙ୍ଗୀ ବ୍ଲକ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଭାଗୀୟ ନିର୍ଦ୍ଧେଶନାମା ଅନୁଯାୟୀ ଖୋଲାଯାଇଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପ୍ରବେଶ କରିବାବେଳେ ପ୍ରଥମେ ଥର୍ମାଲ ଟେଷ୍ଟ, ପରେ ହାତକୁ ସାନିଟାଇଜ କରାଯାଇଥିଲା । ସମସ୍ତଙ୍କୁ ମାସ୍କ ପିନ୍ଧି ବିଦ୍ୟାଳୟକୁ ପ୍ରବେଶ କରିବାକୁ କୁହାଯାଇଥିଲା । ପରେ ଛାତ୍ରଛାତ୍ରୀ ପୂର୍ବରୁ ସାନିଟାଇଜ ହୋଇଥିବା ଶ୍ରେଣୀ ଗୃହରେ ସାମାଜିକ ଦୂରତ୍ୱ ରକ୍ଷା କରି ବସି ଅଧ୍ୟୟନ କରିଥିଲେ । ସମସ୍ତଙ୍କୁ ବିଭିନ୍ନ ନିୟମ ମାନି ବିଦ୍ୟାଳୟରେ ଚଳପ୍ରଚଳ କରିବା ସହ ବିଦ୍ୟାଳୟରୁ ୪ଟା ପୂର୍ବରୁ କେହି ବାହାରକୁ ନ ଯିବା ପାଇଁ କଲେଜ କର୍ତୃପକ୍ଷଙ୍କ ତରଫରୁ ବୁଝାଯାଇଥିଲା । କରୋନାର ଭୟ ଥିବାରୁ ବିଦ୍ୟାଳୟକୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀମାନେ ନିଜର ପିତାମାତାଙ୍କଠାରୁ ଅନୁମତି ପତ୍ର ଆଣି ଆସିବାକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୈାଣସି ଛାତ୍ରଛାତ୍ରୀ ଅନୁମତି ପତ୍ର ନ ଆଣିବେ ତେବେ ସେମାନଙ୍କୁ ବିଦ୍ୟାଳୟକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଜଣାଇଛନ୍ତି । ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଗଲାପରେ କର୍ମଚାରୀମାନେ ପୁନର୍ବାର ସାନିଟାଇଜର କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର