ରଘୁନାଥପୁର ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଆତ୍ମା ପକ୍ଷରୁ ଚାଷୀଙ୍କୁ ସୂର୍ଯ୍ୟମୂଖୀ ଚାଷ କରିବା ପାଇଁ ମଂଜି ବଂଟନ କରାଯାଇଛି । କୃଷି କାର୍ଯ୍ୟାଳୟ ସଭା ଗୃହରେ ଆତ୍ମା ଅଧ୍ୟକ୍ଷ ପରମାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ କୃଷି ଅଧିକାରୀଣି ରାଜଲକ୍ଷ୍ମୀ ସାହୁ ଓ ଶ୍ରମତୀ ମନସ୍ୱିନୀ ଲେଙ୍କା ଙ୍କ ଉପସ୍ଥିତିରେ ରଘୁନାଥପୁର ବ୍ଲକ୍ ର ୧୯ ଟି ପଂଚାୟତରେ ୧୫ ଏକର ସୂର୍ଯ୍ୟମୂଖୀ ଚାଷ ପାଇଁ ମଂଜି ଆସିଥିବାବେଳେ ଆଜି ଚାଷୀ ଯୋଗେନ୍ଦ୍ର ରାଉତ, କମଳାକାନ୍ତ ପରିଡ଼ା,ଉମାକାନ୍ତ ସାହୁ, ରମେଶ ଚନ୍ଦ୍ର ମହାନ୍ତି, ମିନକେତନ ଦାସ, ଭାସ୍କର ସ୍ୱାଇଁ, ବିନୋଦ ବିହାରୀ ଦାସ, କିଶୋର ସ୍ୱାଇଁ , ଜଇରାମ ବାରିକ,ରାଧାପ୍ରସାଦ ନାୟକ ପ୍ରମୁଖ ଚାଷୀମାନଙ୍କୁ ସୂର୍ଯ୍ୟମୂଖୀ ଚାଷ ପାଇଁ ମଂଜି ଯୋଗାଇ ଦିଆଯାଇଥିବାବେଳେ ଆବଶ୍ୟକ କରୁଥିବା ଅନ୍ୟ ଚାଷୀମାନଙ୍କୁ ମଧ୍ୟ ମଂଜି ଯୋଗାଇ ଦିଆଯିବ ବୋଲି ଆତ୍ମା ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଇଁ ପ୍ରକାଶ କରିଛନ୍ତି । ଏଥି ସହିତ ପର୍ଯ୍ୟାୟକ୍ରମେ ଖତସାର, ପୋକମରା ଔଷଧ ମଧ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ବ୍ଲକ୍ ଟେକ୍ନିକାଲ ମ୍ୟାନେଜର ମୋନାଲିସା ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କୃଷି କର୍ମଚାରୀ ଅମିତାଭ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କୃଷି କର୍ମଚାରୀ ଅମିୟ କୁମାର ପରିଜା ସହଯୋଗ କରିଥିଲେ । ଓଡ଼ିଶା ସମାଚାର