Saturday , April 1 2023
Breaking News
Home / ବିଶେଷ / ଦୁବାଇରେ ଯୁବ ଇଂଜିନିୟରଙ୍ କରୋନା ରେ ଅକାଳ ବିୟୋଗ 

ଦୁବାଇରେ ଯୁବ ଇଂଜିନିୟରଙ୍ କରୋନା ରେ ଅକାଳ ବିୟୋଗ 

କେନ୍ଦ୍ରାପଡା, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ଦୁତିଆଳ ଗ୍ରାମରେ ଜନ୍ମିତ ଯୁବ ଇଞ୍ଜିନିୟର ଦେବେନ୍ଦ୍ର କୁମାର ପରିଡାଙ୍କର ଦୁବାଇରେ କରୋନା ପ୍ରପିଡିତ ହୋଇ ୪୩ ବର୍ଷ ବୟସରେ ବିୟୋଗ ହୋଇଯାଇଛି ।  ସ୍ୱର୍ଗତ ପରିଡା ଏ ଅଂଚଳରେ କେତେକ ଯୁବକ ମାନଙ୍କୁ ଦୁବାଇରେ ନିଯୁକ୍ତି ପ୍ରଦାନ କରିବାରେ ସହାୟତା କରିଥିଲେ । ଜଣେ ଉଦୀୟମାନ ଓ ପରୋପକାରୀ ଯୁବକ ଭାବରେ ତାଙ୍କର ପରିଚୟ ରହିଛି । ସ୍ୱର୍ଗତ ପରିଡା ହେଉଛନ୍ତି ଶୁକଦେବ ପରିଡା ଏବଂ ପଦ୍ମାବତୀ ପରିଡାଙ୍କର ସାନପୁଅ ଏବଂ ସମାଜସେବୀ ଅଧ୍ୟାପକ ଅଜୟ ସାମଲଙ୍କ ଅତି ନିକଟ ସଂପର୍କୀୟ । ତାଙ୍କ ବିୟୋଗରେ ସ୍ଥାନୀୟ  ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।   ଓଡ଼ିଶା ସମାଚାର

Leave a Reply

Your email address will not be published.