ଭୁବନେଶ୍ୱର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ବିଭିନ୍ନ ପ୍ରାକୃତିକ ଜଳାଶୟରୁ ମତ୍ସ୍ୟ ସମ୍ପଦ କ୍ରମେ ଲୋପ ପାଉଥିବାରୁ ଏହାର ପ୍ରତିକାର ସ୍ୱରୂପ ଗତ ଜାନୁଆରୀ ୭ ତାରିଖରେ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା ଓ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗର ମିଳିତ ଉଦ୍ୟମରେ ଭୁବନେଶ୍ୱର ନିକଟସ୍ଥ ଝୁମୁକା ଜଳାଶୟରେ ୨୨୦୦୦ ଅଙ୍ଗୁଳିକା ଜାଅାଁଳ ଛଡ଼ାଯାଇଛି । ଏହାଦ୍ୱାରା ପ୍ରାକୃତିକ ଜଳାଶୟରେ ମତ୍ସ୍ୟ ସମ୍ପଦର ବୃଦ୍ଧି ପାଇବା ସହିତ ମତ୍ସ୍ୟ ଜୈବ ବିବିଧତା ରକ୍ଷାକରାଯାଇ ମତ୍ସ୍ୟ ଜୀବି ମାନଙ୍କର ଜୀବିକା ନିର୍ବାହରେ ଉନ୍ନତି ଘଙ୍କିବବୋଲି ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ ପ୍ରକାଶକ ରିଛନ୍ତି । ପ୍ରକାଶଥାଉକି ନିକଟ ଅତୀତରେ ମହାନଦୀରେ ସିଫା ତରଫରୁ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ପରିପ୍ରେକ୍ଷୀରେ ଡେରାସ ନିକଟସ୍ଥ ଝୁମୁକା ଜଳାଶୟରେ ୨୨୦୦୦ ଖୁର୍ସିଆ ଓ କଳାବଇଁଶୀ ର ଅଙ୍ଗୁଳିକା ଜାଆଁଳକୁ ଆଇସିଏଆର୍-ସିଫାର ପ୍ରଧାନ ବୈଜ୍ଞାନିକ ଡଃ ସୁଧାଂଶୁ ଶେଖର ମିଶ୍ର, ଡଃ ପ୍ରତାପ ଚନ୍ଦ୍ର ଦାସ, ଡଃ ପ୍ରଭାତୀ କୁମାରୀ ସାହୁ, ଡଃ କାନ୍ତା ଦାସମହାପାତ୍ର, ଡଃ ଗୌର ସୁନ୍ଦର ସାହା ତାଥା ଓଙ୍ଗିଶା ସାରକାରଙ୍କ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ, ମୁଖ୍ୟ ଯନ୍ତ୍ରୀ ଡଃ ଏ. କେ. ଦାସ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଡଃ ଜେ. ଜେ. ଶତପଥୀ ଓ ଅନ୍ୟ ଅଫିସର ମାନଙ୍କ ଉପସ୍ଥିତିରେ ଝୁମୁକା ଜଳାଶୟରେ ଛଡ଼ାଯାଇଥିଲା । ଓଡ଼ିଶା ସମାଚାର