ନିରାକାରପୁର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ନୂଆଗଡ ପଂଚାୟତ ମୁଳିଝର ଗଡ ଠାରେ ଥିବା ଓଡିଶାର ଅନ୍ୟତମ ପର୍ଯ୍ୟାଟନ ସ୍ଥଲୀ ଭାବରେ ପରିଚିତ ମା ଉଗ୍ରତାରାଙ୍କ ପୀଠ ।ଏଠାକୁ ପ୍ରତ୍ୟେକ ଦିନ ରାଜ୍ୟ ଏବଂ ରାଜ୍ୟ ବାହରୁ ଶହ ଶହ ପର୍ଯ୍ୟଟକ ଆସି ବଣ ଭୋଜି କରିବା ସହିତ ମା ଉଗ୍ରତାରଙ୍କର ଦର୍ଶନ କରିଥାନ୍ତି । ଏହା ସହିତ ଏଠାରେ ବିବାହ ଓ ବ୍ରତ ସ୍ୱନକ୍ଷତ୍ର ସହିତ ଅନ୍ୟନ୍ୟା କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ । ଏଠାରେ ଥିବା ପ୍ରାକୃତିକ ସୈାନ୍ଦର୍ଯ୍ୟ ପର୍ଯ୍ୟଟକମାନେଙ୍କୁ ଆକୃଷ୍ଟ କରିଥାଏ । ।ଏହାକୁ ଆଖି ଅଗରେ ରଖି ପର୍ଯ୍ୟଟନ ବିଭାଗ ଦ୍ୱାରା ଏଠାରେ ୫/୫/୨୦୦୫ ମସିହାରେ ଗୋଟିଏ କଲ୍ୟାଣ ମଣ୍ଡପ ସ୍ଥାପନ କରାଯାଇଛି । ହେଲେ ଏହି କଲ୍ୟାଣ ମଣ୍ଡପଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଯେଇଁ ଉଦ୍ଦେଶ୍ୟ ପାଇଁ ଏହି ମଣ୍ଡପ ଟି କରାଯାଇଥିଲା ତାହା ଏବେ ବେଳେ ବର୍ତ୍ତମାନ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଏହି ମଣ୍ଡପର ତିନି ପାଶ୍ୱର୍ରେ ଗଛଲତା ମାଡ଼ି ରହିଥିବାବେଳେ ଏହାର ପରିସର ଲୋକମାନଙ୍କର ମୁକ୍ତାକାଶ ଶୈାଚାଳୟ ପାଲଟିଛି । ଏହାର ଭିତରେ ସରୀସୃପ ମାନଙ୍କ ବାସ ସ୍ଥଳୀ ପାଲଟିଛି ଓ ଅନେକ ସ୍ଥାନ ରକ୍ଷାଣ ବେକ୍ଷଣ ଅଭାବରୁ ଫାଟି ଫୁଟି ଗଲାଣି,କିନ୍ତୁ ଏହାର ବାହରେ ଲାଗିଥିବା ପାଣି ଟ୍ୟାପଟି କାର୍ଯ୍ୟକ୍ଷମ ଥିବାବେଳେ ଏହା କେବଳ ଶୈାଚ କାଯ୍ୟରେ ବ୍ୟବହାର ସହ କିଛି ଲୋକ ତାକୁ ଦୋକ।।ନରେ ବ୍ୟବହାର ମଧ୍ୟ କରୁଛନ୍ତି । ଏହାର ଆଗ ସାମ୍ନାରେ ଗାଡି ରଖିବା ପାଇଁ ସୁନ୍ଦର ଜାଗା ଥିବାରୁ କିଛି ବ୍ୟକ୍ତି ଗାଡି ୨୪ଘଂଟିଆ ରଖୁଥିବା ମଧ୍ୟ ଅଭିଯୋଗ ହେଉଛି । ଏନେଇ ଏହାର କ୍ୟାରଟେକର ଦାୟିତ୍ୱରେ ଥିବା ଏଣ୍ଡୋମେଂଟ କମିସନରଙ୍କ କର୍ମଚାରୀ କୁମର ପାତ୍ରଙ୍କୁ ପଚାରିବାରେ ଘର କିଛି ଖରାପ ହୋଇନି ଲକଡାଉନ ଠାରୁ ଏହା ବନ୍ଦ ହୋଇ ପଡିରହିବାରୁ ଏଭଳି ଦେଖା ଯାଉଛି ।କରୋନା ପାଇଁ କୌଣସି ବିବାହ କି ଅନ୍ୟନ୍ୟା କାର୍ଯ୍ୟକ୍ରମ ହେଉନି ଓ ଏଥିରୁ ତ କୌଣସି ରୋଜଗାର ହେଉନି ତେଣୁ ସଫା କରାଯାଉନି ।ଏନେଇ ମନ୍ଦିର ପରିଚାଳନାର ପୁର୍ବତନ ସଂପାସକ ବେଲେଶ୍ୱର ମଙ୍ଗରାଜ ଙ୍କୁ ପଚାରିବାରେ ଏହାକୁ ମହତ ଉଦ୍ଦେଶ୍ୟ ନେଇ ଓଟିଡିସି କରିଥିଲା ଏବେ ଅନ୍ ୟୁଉଜ ଅନସ୍ଥାରେ ପଡି ରହିଛି ଏବଂ କବାଟ ଝରକା ଭାଙ୍ଗିଗଲାଣି ବୋଲି ସେ କହିଛନ୍ତି ।ଏନେଇ ଏହାର ଦାୟୀତ୍ୱରେ ଥିବା ଖୋର୍ଦ୍ଧା ଉପଜିଲ ପାଳ ଅଶୋକ ବେହୁରିଆଙ୍କୁ ପଚାରିବାରେ କୋଭିଡି ଯୋଗୁଂ ଏହି ମଣ୍ଡପଟି ଏବେ ବନ୍ଦରହିଛି ବୋଲି କହିଥିବାବେଳେ ସଂପୂର୍ଣ୍ଣ ମନ୍ଦିର ଖୋଲା ଯିବା ପରେ ଏହାର ମରାମତି କରାଯିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର
Home / ବିଶେଷ / ଜରାଜୀର୍ଣ୍ଣ ଅବସ୍ଥାରେ ମା ଉଗ୍ରତାରାଙ୍କ କଲ୍ୟାଣ ମଣ୍ଡପ,ମୁକ୍ତ ଆକାଶ ଶୌଚାଳୟ ଓ ଗାଡି ଷ୍ଟାଣ୍ଡ ପାଲଟିଛି ଏହାର ପରିସର