Sunday , April 2 2023
Breaking News
Home / ବିଶେଷ / ଜଇପୁର – ଜଗତସିଂହପୁର ରାସ୍ତା ମରଣ ଯନ୍ତା 

ଜଇପୁର – ଜଗତସିଂହପୁର ରାସ୍ତା ମରଣ ଯନ୍ତା 

ତାରପୁର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଆର ଆଣ୍ଡ ବି ଜଗତସିଂହପୁର ନିର୍ବାହୀ ଯନ୍ତ୍ରୀ ଫକିରପଡ଼ା ସବଡ଼ିଭିଜନ ଜଇପୁର କନିଷ୍ଠ ଯନ୍ତ୍ରୀ ଙ୍କ ଅଧିନରେ ଥିବା ଜଇପୁର ଛକ ଠାରୁ ଜଗତସିଂହପୁର ମେଡ଼ିକାଲ ଛକ ପର୍ଯ୍ୟନ୍ତ ୧୩ କିମି ରାସ୍ତା ମରଣ ଯନ୍ତା ପାଲଟିଛି ।  ଏହି ରାସ୍ତାଟି ଜିଲା ମୁଖ୍ୟାଳୟ ରାସ୍ତା ହୋଇଥିଲେ ବି ଅତ୍ୟନ୍ତ ଅଣ ଓସାରିଆ ରାସ୍ତା ସହିତ ଖାଲ ଖମା ପୁର୍ଣ୍ଣ ହୋଇଥିବାରୁ ରାସ୍ତା ଉପରେ ନିର୍ଭର କରୁଥିବା ପ୍ରତ୍ୟେକ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଏପରିକି ପ୍ରତ୍ୟେକ ଦିନ ଏହି ରାାସ୍ତା ଦେଇ ଏସପି ଓ କଲେକ୍ଟର ପାରାଦୀପ ସହିତ ଜିଲାର ବିଭିନ୍ନ ସ୍ଥାନକୁ ଯାଆସ କରୁଥିଲେ ବି ଏହି ରାସ୍ତା ପ୍ରତି ସାମାନ୍ୟତମ ନଜର ଦେଇନଥାନ୍ତି । ପ୍ରତ୍ୟେକ ବର୍ଷ ବିଭାଗ ଦ୍ୱାରାରାସ୍ତା ମରାମତି କରାଯାଉଥିଲେ ବି ମରାମତି ର ଦିନ କେତୋଟିରେ ରାସ୍ତାଟି ପୁଣି ପୂର୍ବପରି ନଷ୍ଟ ହୋଇ ଖାଲ ଖମାରେ ପରିଣତ ହୋଇଥାଏ । ଅପର ପକ୍ଷେ ଏହି ଅଣ ଓସାରିଆ ରାସ୍ତାରେ ସନ୍ଧ୍ୟା ପରେ ଯିବା ଆସିବା କରୁଥିବା ଗାଡ଼ି ଗୁଡ଼ିକର ଲାଇଟ ମୁହଁରେ ପଡ଼ିବାରୁ ଦୁଇ ଚକିଆ ଯାନ ଆରୋହୀ ଓ ପଥଚାରୀମାନେ ଖାଲରେ ପଡ଼ି ଖଣ୍ଡିଆ ଖାବରା ହୋଇଥାନ୍ତି । ଏହି ରାସ୍ତାର କିଛି ସ୍ଥାନରେ ସର୍ବସାଧାରଣ ସ୍ଥାନକୁ ସ୍ଥାନୀୟ ବ୍ୟବସାୟୀମାନେ ଜବରଦଖଲ କରି ବ୍ୟବସାୟ କରୁଛନ୍ତି । ଏପରିକି ରାସ୍ତା ଉପରେ ଗୋଡ଼ି, ମେଂଟାଲ,ବାଲି ଇତ୍ୟାଦି ଗଦା କରୁଥିବାରୁ ରୋଗୀ ନେଇ ଯାଉଥିବା  ଆମ୍ବୁଲାନ୍ସ ଗାଡ଼ି ମଧ୍ୟ ରାସ୍ତାରେ ଅଟକି ରହିବାକୁ ବାଧ୍ୟ ହୋଇଥାଏ । ରାସ୍ତାର ମରାମତି କାର୍ଯ୍ୟ ନାମରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ବି ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କର ଅସୁାଧୁ ମେଂଟ ଯୋଗୁ ସରକାରଙ୍କ ଟଙ୍କା ବାଟ ମାରଣା ହେବା ଛଡ଼ା ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗୁନଥିବା ଚାରିଆଡ଼େ ଆଲୋଚନା ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଏହି ୧୩ କିମି ରାସ୍ତାର ସମ୍ପ୍ରସାରଣ କରିବା , ଜବର ଦଖଲ ହଟାଇବା ସହିତ ସର୍ବସାଧାରଣ ଙ୍କ ଯାତାୟତ ଉପଯୋଗୀ କରିବା ପାଇଁ ଅଂଚଳର ବୁଦ୍ଧିଜିବୀମାନେ ଜଗତସିଂହପୁର ଜିଲାପାଳ, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.