ପାରାଦ୍ୱୀପ ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟ ଜାହଜ ଏମ୍ ଭି ଜଗ ଆନନ୍ଦ ଏବଂ ଏଥିରେ ଥିବା ୨୩ଜଣ ଭାରତୀୟ କର୍ମଚାରୀ ଗତ ଜୁନ ୧୩ ତାରିଖରୁ ଚାଇନାର ଜିଙ୍ଗଟଙ୍ଗ୍ ବନ୍ଦର ନିକଟରେ ଦୀର୍ଘଦିନ ହେବ ଅଟକ ଥିଲେ । ତେବେ ସେମାନେ ଚଳିତ ଜାନୁଆରୀ ୧୪ ତାରିଖରେ ସ୍ୱଦେଶ ପ୍ରତ୍ୟାବର୍ତନ କରିବାକୁ ଯାଉଥିବା କେନ୍ଦ୍ର ରାଜ୍ୟ ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଶନିବାର ଦିନ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ଏହି ଜାହାଜ କି୍ରଉ (କର୍ମଚାରୀ) ପରିବର୍ତନ କରିବା ପାଇଁ ଜାପାନର ଚିବା ବନ୍ଦର ଅଭିମୂଖେ ଯାତ୍ରା କରିବାକୁ ଯାଉଛି । ଏବଂ ଏସବୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଯୋଗୁ ସମ୍ଭବପର ହୋଇପାରିିଛି ବୋଲି ମନ୍ତ୍ରୀ ମାଣ୍ଡଭିୟ ତାଙ୍କ ଟ୍ୱିଟ୍ ରେ ଜଣାଇଛନ୍ତି । ଏତଦ୍ ବ୍ୟତୀତ ମାନବିକତା ଆଭିମୁଖ୍ୟ ପାଇଁ ମନ୍ତ୍ରୀ ଗ୍ରେଟ୍ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀକୁ ମଧ୍ୟ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର