ନିରାକାରପୁର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଡିଆ ପଂଚାୟତ କାଶିପୁର ସ୍ଥିତ ମା ଭୈରବୀଙ୍କ ପୀଠରେ ଟାଙ୍ଗୀ ବ୍ଲକର ୨୬ ପଂଚାୟତର ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀମାନଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରମୋଦ କୁମାର ବଳିୟାରସିଂହଙ୍କ ଆବାହକତ୍ୱରେ ଉକ୍ତ ବୈଠକରେ ସଂଘର ତପସ୍ୱିନୀ ଜେନା, ଭଗବାନ ପ୍ରଧାନ, ଦିପ୍ତୀ ରଞ୍ଜନ ଭୂଜବଳ ଓ ସ୍ୱାଧୀନ ପ୍ରଧାନ ସମେତ ୩୦ ଜଣ କର୍ମଚାରୀ ଉପସ୍ଥିତ ରହି ବେତନ ବୃଦ୍ଧି ନିମନ୍ତେ କିପରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । କର୍ମଚାରୀମାନେ ପାଉଥିବା ସ୍ୱଳ୍ପ ବେତନରେ ନିଜର ପରିବାର ପ୍ରତିପୋଷଣ କରିବା ସମ୍ଭବ ହୋଇପାରୁ ନଥିବାରୁ ବେତନ ବୃଦ୍ଧି କରିବା ପାଇଁ ସରକାରଙ୍କୁ କିପରି ଦାବୀ କରାଯିବ ସେଥିପାଇଁ ବୈଠକରେ ମତପୋଷଣ ପାଇଥିଲା । ଓଡ଼ିଶା ସମାଚାର