Saturday , April 1 2023
Breaking News
Home / କ୍ରୀଡ଼ା / ଗ୍ରାମାଂଚଳ କ୍ରିକେଟ : ମା କ୍ଷେତ୍ରବୁଢ଼ୀ ଚମ୍ପିଆନ୍ 

ଗ୍ରାମାଂଚଳ କ୍ରିକେଟ : ମା କ୍ଷେତ୍ରବୁଢ଼ୀ ଚମ୍ପିଆନ୍ 

ଗରଦପୁର, ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପୁନ୍ଦାଳ ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟ ରେ ମା କ୍ଷେତ୍ର ବୁଢ଼ୀ କ୍ରିକେଟ ଟିମ୍ ଚମ୍ପିଆନ୍ ହୋଇଛି । ମା ବୁଢ଼ୀ ଜାଗୁଳାଇ କ୍ରିକେଟ ଟିମ ପକ୍ଷରୁ ଦୁଇ ଦିନିଆ ଟୁର୍ଣ୍ଣାମେଂଟ ୍ରାୟୋଜନ କରାଯାଇଥିଲା । ମୋଟ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଆଜି ଫାଇନାଲ ମ୍ୟାଚ୍ ପାଟକୁରା ସିସିସି ଓ ଅଟାବୁହାର ମା କ୍ଷେତ୍ରବୁଢ଼ୀ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସି ଜିତି ପାଟକୁରା ସିସିସି ଟିମ ନିର୍ଦ୍ଧାରିତ ୧୦ ଓଭର ରେ ୬ ଓଭର ଖେଳି ସମସ୍ତ ଉଇକେଟ ହରାଇ ୩୭ ରନ୍ ସଂଗ୍ରହ କରିଥିଲା ।  ତାର ଜବାବରେ ଅଟାବୁହା କ୍ଷେତ୍ରବୁଢ଼ୀ ଟିମ ୫ ଓଭର ରେ ୬ ଉଇକେଟ ବିନିମୟରେ ୩୮ ରନ୍ ସଂଗ୍ରହ କରି ବିଜୟୀ ଘୋଷିତ ହୋଇଥିଲେ । ମା କ୍ଷେତ୍ରବୁଢ଼ୀ ଟିମ୍ ର ମ୍ୟାନେଜର ମନୋଜ କୁମାର ବେହେରା ଓ କ୍ୟାପଟେନ୍ ଅନିଲ ଦାସ ଚମ୍ପିଆନ ଟ୍ରଫି ଗ୍ରହଣ କରିଥିଲେ । ଆୟୋଜକ ମା ବୁଢ଼ୀ ଜାଗୁଳାଇ ଟିମ ର ପ୍ରଦୀପ, ପିଂଟୁ, ଦୀପୁ ଖେଳ ସଂଚାଳନ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.