Thursday , March 23 2023
Home / Uncategorized / ଇଫ୍ କୋ ତରଫରୁ ଶୀତବସ୍ତ୍ର ବଂଟନ

ଇଫ୍ କୋ ତରଫରୁ ଶୀତବସ୍ତ୍ର ବଂଟନ

ମହାକାଳପଡ଼ା ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପଂଚାୟତର ବିଭିନ୍ନ ଗ୍ରାମରେ ଇଫ୍ କୋ ତରଫରୁ ଶୀତବସ୍ତ୍ର ବଂଟନ କରାଯାଇଛି । ଗରିବ, ଦୁସ୍ଥ, ଅସହାୟ, ଭିନ୍ନକ୍ଷମ, ବିଧବା ଓ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକମାନଙ୍କୁ ପାରାଦ୍ୱୀପ ସ୍ଥିତ ଇଫ୍କୋ ସାର କାରଖାନା ତରଫରୁ ଏହି ଶିତବସ୍ତ୍ର ବଂଟନ କରାଯାଇଛି । ଆଜି ଅପରାହ୍ନରେ ଇଫ୍କୋର କର୍ମଚାରୀ ସଂଘର ସଭାପତି ଶୁଭେନ୍ଦୁ ମାଝି, ସମ୍ପାଦକ ତୃପ୍ତିରଞ୍ଜନ ପୁହାଣ, କମିଟିର ସଦସ୍ୟ ସୁଶାନ୍ତ ନାୟକ, ବ୍ରହ୍ମାନନ୍ଦ ନାଦ, ଯୁଗଳ କିଶୋର ବେହେରା, ସୁକାନ୍ତ ସ୍ୱାଇଁ, କୁଲଦୀପ ସିଂ, ଭଗବତୀ ଯାଦବ, ସ୍ମୃତିରଞ୍ଜନ ଜେନା ପ୍ରମୁଖ ଚଢ଼ାଇଗୁଆଁ ଓ ଶିଖର ଗ୍ରାମରେ ପହଂଚି କମ୍ବଳ ବଂଟନ କରିଥିଲେ । ଏହି କମ୍ବଳ ବଂଟନ କାର୍ଯ୍ୟକ୍ରମରେ ମହାକାଳପଡ଼ା ପଂଚାୟତର ସରପଂଚ ଅଭିଳାଷୀ ଦାସ, ଯୁବନେତା ସଂଜୟ କୁମାର ଜେନା, ପରିବେଶପ୍ରେମୀ ସମରେନ୍ଦ୍ର ମାହାଳି, ସାମ୍ବାଦିକ ସଂଘର ସମ୍ପାଦକ ବିରଂଚି ନାରାୟଣ ଦାସ, ସାମାଜିକ କର୍ମୀ ସୁବାଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଏହିକିଯେ, ଇଫ୍କୋ ତରଫରୁ ମହାକାଳପଡ଼ା ବ୍ଳକରେ ବିଭିନ୍ନ ସ୍ଥାନରେ ସାମାଜିକ ଦାୟିତ୍ୱବୋଧ ପାଣ୍ଠିରେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେଇଛି । ଯାହା ଦ୍ୱାରା ସାଧାରଣ ଲୋକମାନେ ଉପକୃତ ହେଉଛନ୍ତି ବୋଲି ଇଫ୍କୋ ତରଫରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.